ଦୁଇ ହଜାର କୋଟିର ଡ୍ରଗ୍ସ ଜବତ କଲା ଏନସିବି

ଅହମ୍ମଦାବାଦ : ବଡ ଧରଣର ଡ୍ରଗ୍ସ ସ୍ମଗଲିଂର ପର୍ଦ୍ଦାଫାସ କରିଛି ଏନସିବି । ଗୁଜୁରାଟ ଉପକୂଳ ଆରବ ମହାସାଗର ଦେଇ ଭାରତକୁ ଯୋଗାଣ ବେଳେ ଏନସିବି ଓ ନୌସେନାର ମିଳିତ ଅପରେସନରେ ମିଳିଲା ସଫଳତା । ଜବତ ଡ୍ରଗ୍ସ ୮ କ୍ୱିଣ୍ଟାଲ ହୋଇଥିବା ବେଳେ ଏହାର ମୁଲ୍ୟ ୨ ହଜାର କୋଟି ହୋଇଥିବା ଜଣାପଡିଛି । ତେବେ ଏହି ବଡ ଧରଣର ଡ୍ରଗ୍ସ ବିରୋଧୀ ଅପରେସନକୁ ଏନସିବି ଗୋପନୀୟତାର ସହ କରିଛି । ଅନ୍ୟପକ୍ଷରେ ଏହାକୁ ନେଇ ଏନସିବି ଅଧିକ ତଦନ୍ତ ଜାରି ରଖିଛି ।