ଦିଲ୍ଲୀରେ ପୁଣି ପୁରୁଣା ଅବକାରୀ ନୀତି ଲାଗୁ ହେବ

ସିବିଆଇ ଯାଞ୍ଚ ପରେ ପୁରୁଣା ଅବକାରୀ ନୀତିକୁ ପୁନର୍ବାର ଲାଗୁ କରିବା ପାଇଁ କେଜରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି….

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ଗତବର୍ଷ ଏକ ନୂଆ ଅବକାରୀ ନୀତି ଲାଗୁ କରିଥିଲେ । କିନ୍ତୁ ୟୁଟର୍ଣ୍ଣ ନେଇ ପୁଣି ୧ ଅଗଷ୍ଟରୁ ପୁନର୍ବାର ପୁରୁଣା ଅବକାରୀ ନୀତି ଲାଗୁ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ରାଜ୍ୟପାଳ ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ଯାଞ୍ଚ କରିବାପାଇଁ ସୁପାରିଶ କରିଥିଲେ । ସିବିଆଇ ଯାଞ୍ଚ ପରେ ପୁରୁଣା ଅବକାରୀ ନୀତିକୁ ପୁନର୍ବାର ଲାଗୁ କରିବା ପାଇଁ କେଜରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ଆପ ପାର୍ଟିର ନୂଆ ଅବକାରୀ ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି ।

ଏ ନେଇ ବିଜେପି ପକ୍ଷରୁ ରାଜରାସ୍ତାରେ ବିକ୍ଷୋଭ କରାଯାଇଥିଲା । ଏସବୁ ଭିତରେ ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ଯାଞ୍ଚ କରାଯାଉ ବୋଲି ଦିଲ୍ଲୀ ଉପରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏସବୁ ଭିତରେ ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀ ଦିଲ୍ଲୀରେ ମଦର ଖୁଚୁରା ବିକ୍ରି ନେଇ ପୁରୁଣା ଅବକାରୀ ନୀତି ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ମନିଷ ସିସୋଦିଆ ।