ଅପରାହ୍ଣ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ

ସୋମବାର ଶ୍ରାବଣ ଶୁକ୍ଳ ଚତୁର୍ଥୀରେ ଶ୍ରୀମନ୍ଦିର ରତ୍ନସିଂହାସନରେ….

ପୁରୀ : ସୋମବାର ଶ୍ରାବଣ ଶୁକ୍ଳ ଚତୁର୍ଥୀରେ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଶ୍ରୀଜୀଉଙ୍କ ଦ୍ବିତୀୟ ଭୋଗମଣ୍ଡପ ନୀତି ଶେଷହେବା ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ପରମ୍ପରା ଅନୁଯାୟୀ ପାଳିଆ ସେବକ ଖସାପଡା ନୀତି ସମ୍ପନ୍ନ କରିବେ। ଏହି ନୀତି ସରିବା ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇବେ।