ମଙ୍କିପକ୍ସ ସଚେତନତା ପାଇଁ କମିଟି ଗଠନ

ସଚେତନତା ସୃଷ୍ଟି ଲାଗି ଅଗଷ୍ଟ ୧୦ ସୁଦ୍ଧା ଏସସିବିରେ ଟ୍ରେନିଂ ଦିଆଯିବ…

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଏନେଇ ସତର୍କ ଅଛନ୍ତି । ମଙ୍କିଫକ୍ସକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଭୁବନେଶ୍ୱର ଆଇସିଏମଆରରେ ମଙ୍କିପକ୍ସ ଟେଷ୍ଟ ଉଦ୍ୟମ ଚାଲିଛି, କିଟ ପାଇଁ କେନ୍ଦ୍ରକୁ କୁହାଯାଇଛି । ସଚେତନତା ସୃଷ୍ଟି ଲାଗି ଅଗଷ୍ଟ ୧୦ ସୁଦ୍ଧା ଏସସିବିରେ ଟ୍ରେନିଂ ଦିଆଯିବ । ମଙ୍କିପକ୍ସ ସଚେତନତା ଲାଗି ଏସସିବିରେ ଏକ କମିଟି ଗଠନ ହୋଇଛି । ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।