ଭାରତ-ୟୁକ୍ରେନ ମଧ୍ୟରେ ଉଡାଣ କରିବ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପାଇଁ ପ୍ରସ୍ତୁତି କରୁଛି ଭାରତ ସରକାର । ରୁଷ ଓ ୟୁକ୍ରେନ ସଙ୍କଟ ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପାଇଁ ଆସନ୍ତା ୨୨, ୨୪ ଓ ୨୬ରେ ଭାରତ-ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । ଏୟାର ଇଣ୍ଡିଆ ଏହା ମଧ୍ୟରେ ୩ଟି ଉଡାଣ ସଞ୍ଚାଳିତ କରାଯିବ । ଏହି ଉଡାଣ ପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଏୟାର ଇଣ୍ଡିଆର ବୁକିଂ କାର୍ଯ୍ୟାଳୟ, ୱେବସାଇଟ, କଲ୍‌ ସେଣ୍ଟର ଓ ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ବୁକିଂ କରାଯାଇପାରିବ । ଅନ୍ୟପକ୍ଷରେ ଭାରତ ସରକାରଙ୍କ ପକ୍ଷରୁ ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।