୧୨ କୋଟି ଘରକୁ ପାଇପ ପାଣି ଯୋଗାଣ ଉପଲବ୍ଧିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜଳ ଜୀବନ ମିଶନ ଅନ୍ତର୍ଗତ ୧୨ କୋଟି ଘରକୁ ପାଇପ ପାଣି ଯୋଗାଣ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହି ଚମତ୍କାର ଉପଲବ୍ଧି ପାଇଁ ଅନେକ ଶୁଭେଚ୍ଛା! ଏହା ବେଶ ଖୁସିର କଥା ଯେ, ଗାଁ ଓ ଗରିବଙ୍କ ନିକଟରେ ସମସ୍ତ ଜରୁରୀ ସୁବିଧା ପହଞ୍ଚାଇବା ପାଇଁ ଆମ ଉଦ୍ୟମଗୁଡିକର ସୁପରିଣାମ ନିରନ୍ତର ଦେଖିବାକୁ ମିଳୁଛି ।”