ଝାଡଖଣ୍ଡର ପତରାତୁରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଝାଡଖଣ୍ଡର ପତରାତୁରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଝାଡଖଣ୍ଡର ପତରାତୁରେ ୫୦ କୋଟି ଟଙ୍କା ବିନିଯୋଗରେ ଜଳ ବିଶୋଧନ ପ୍ରକଳ୍ପ ଓ ପାଣି ଟାଙ୍କି ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ହଜାରିବାଗ ସାଂସଦ ଶ୍ରୀ ଜୟନ୍ତ ସିହ୍ନାଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବେଶ ପ୍ରଶଂସନୀୟ ଉଦ୍ୟମ! ଏହି ବିଶୁଦ୍ଧ ଜଳ ସୁବିଧା ଝାଡଖଣ୍ଡ ପତରାତୁର ଆମ ମା ଓ ଭଉଣୀମାନଙ୍କ ଜୀବନକୁ ଖୁବ ସହଜ କରିବ ।”