ବଜ୍ରାଘାତରେ ମହିଳା ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ପଞ୍ଚାୟତ ଚିଲିଦା ବେହେରା ସାହିରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ମୂରଲିଧର ବେହେରାଙ୍କ ସ୍ତ୍ରୀ ବିମଳା ବେହେରା (୫୦) ବୋଲି ଜଣାପଡିଛି । ସେ ଅପରାହ୍ନରେ ବଡବନ୍ଧ ନିକଟକୁ ଶୈାଚହେବା ପାଇଁ ଯାଇଥିବାବେଳେ ବଜ୍ରାଘାତ ହେବାରୁ ସେ ମୃତ୍ୟୁ ବରଣ କରିଛନ୍ତି। ସୁଚନା ମୁତାବକ ସେ ବଡବନ୍ଧକୁ ଶୈାଚହେବା ପାଇଁ ଯାଇ ଲୁଗା ପିନ୍ଧୁ ଥିବାବେଳେ ତାଙ୍କୁ ଏକ ଶୁଖିଲା ବିଜୁଳି ମାରିବାରୁ ସେ ଟଳିପଡିଥିଲେ। ଛେଳି ଚରାଳିମାନେ ଦେଖିବାପରେ ପରିବାରଙ୍କୁ ଖବର ଦେବାରୁ ବିମଳାଙ୍କୁ ଉଦ୍ଧାର କରି ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପୂର୍ବରୁ ବିମଳାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।