ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନଙ୍କୁ ଭେଟିଛନ୍ତି ।

ୱାଲମାର୍ଟର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନଙ୍କ ସହ ବୈଠକ ଫଳପ୍ରଦ ଥିଲା । ବିଭିନ୍ନ ବିଷୟରେ ଗଭୀର ଭାବେ ଆଲୋଚନା ହୋଇଥିଲା । ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବେ

ଦେଖିବା ଖୁସିର ବିଷୟ’ ।