ସହାୟତା ପରେ ଭାରତକୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ଭାରତ ତରଫରୁ ପଠାଯାଇଥିବା ସାମଗ୍ରୀ ରବିବାର ଶ୍ରୀଲଙ୍କାରେ ପହଞ୍ଚିଛି…

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ଅବସ୍ଥା ବହୁତ ଖରାପ ସ୍ଥିତିରେ ପହଞ୍ଚିଛି । ରାନିଲ ବିକ୍ରମସିଂଘେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । କିନ୍ତୁ ଏହା ପରେ ମଧ୍ୟ ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ଭଲ ନାହିଁ । ଭାରତ ତରଫରୁ ଶ୍ରୀଲଙ୍କାକୁ ଲଗାତାର ଖାଦ୍ୟାନ୍ନ, ଔଷଧ, ଦୁଗ୍ଧ ଓ ପେଟ୍ରୋଲ-ଡିଜେଲ ପଠାଯାଉଛି । ଭାରତ ତରଫରୁ ପଠାଯାଇଥିବା ସାମଗ୍ରୀ ରବିବାର ଶ୍ରୀଲଙ୍କାରେ ପହଞ୍ଚିଛି । ଏଥିରେ ଦୁଗ୍ଧ ପାଉଡର, ଚାଉଳ ଓ ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ସାମିଲ ଅଛି । ଏଥି ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଟୁଇଟ କରି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ଶ୍ରୀଲଙ୍କାକୁ ଆଜି ଦୁଗ୍ଧ ପାଉଡର, ଚାଉଳ ଓ ଔଷଧ ସମେତ ୨ ବିଲିୟନ ଡଲାର ମୂଲ୍ୟର ମାନବୀୟ ସହାୟତା ମିଳିଛି । ଏଥିପାଇଁ ଭାରତକୁ ଧନ୍ୟବାଦ ଜଣାଉଛି ।