ଟୋକିଓରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜାପାନରେ….

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜାପାନରେ କ୍ୱାଡ୍ ସମ୍ମିଳନୀରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ବ୍ୟତୀତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ୍ ହେଉଥିବା ନେଇ ବୈଠକରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହ ଭାରତ-ପ୍ରଶାନ୍ତ ମହାସାଗରୀୟ ସ୍ଥାନମାନଙ୍କରେ ସମଭାବପନ୍ନ ଦେଶଗୁଡ଼ିକୁ ସାଙ୍ଗରେ ନେଇ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ କ୍ୱାଡରେ ୪ ଦେଶର ଏକାଠି ଦ୍ୱାରା ବିସ୍ତାରବାଦୀ ଦେଶ ବିରୋଧରେ ଶକ୍ତି ବୃଦ୍ଧି ପାଇବ । କ୍ୱାଡ୍ ବହୁତ ଖୁବ୍ ସମୟ ଭିତରେ ବିଶ୍ୱସ୍ତରରେ ଏକ ପ୍ରମୁଖ ସ୍ଥାନ ହାସଲ କରିପାରିଛି । ଏବେ କ୍ୱାଡର ପରିଚୟ ସାରା ବିଶ୍ୱରେ ମହତ୍ୱପୂର୍ଣ୍ଣ ହୋଇପାରିଛି । ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳରେ ଭାରତ ସହ ଆମେରିକାର ସମ୍ପର୍କ ଅଧିକ ସୁଦୃଢ଼ ଓ ଘନିଷ୍ଠ ହେଉଛି । କ୍ୱାଡ୍ ବୈଠକରେ ଆମେରିକା, ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗ ଉଠାଇଛି ।