ଉଡ଼ିଲା ଦେଶର ଦ୍ୱତୀୟ ସର୍ବୋଚ୍ଚ ତ୍ରିରଙ୍ଗା

ତୱା : ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ତୱାଙ୍ଗର ନଙ୍ଗଗପା ନଟମେ (ବୁଦ୍ଧ ପାର୍କ)ରେ ୧୦୪ ଫୁଟ ଲମ୍ବା ଜାତୀୟ ପତାକା ଉତ୍ତୋଳନ କରି ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଏହି ତ୍ରିରଙ୍ଗା ୧୦ ହଜାର ଫୁଟ ଉଚ୍ଚରେ ଥିବା ତୱାଙ୍ଗ୍ ସହରରେ ଉତ୍ତୋଳନ କରାଯାଇଛି ଏବଂ ଉଚ୍ଚତା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଉଚ୍ଚତମ ପତାକା।

ଉଲ୍ଲେଖନୀୟ ବିଷୟ ହେଉଛି ତୱାଙ୍ଗ ସହରର ଯେକୌଣସି ସ୍ଥାନରୁ ଏହି ପତାକାକୁ ଦେଖିହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖାଣ୍ଡୁଙ୍କ ସହ ବହୁ ଲୋକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଦେଶର ସବୁଠୁ ବଡ଼ ଜାତୀୟ ପତାକା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ରହିଛି । ଏହାର ଲମ୍ବା ୨୨୫ ଫୁଟ ଓ ଓସାର ୧୫୦ ଫୁଟ । ଏହି ଉପଲବ୍ଧି ପାଇଁ ପ୍ରେମା ଖାଣ୍ଡୁ, ସେନା, ସଶସ୍ତ୍ର ସୀମା ପୁଲି, ଆଇଟିବିପି, ତୱାଙ୍ଗ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ବଧେଇ ଜଣାଇଛନ୍ତି ।