ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରୁ ବାଦ ପଡିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଛି ତିନି ମ୍ୟାଚ ବିଶିଷ୍ଟ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ଏହି ସିରିଜରେ ୩-୦ରେ ମୂଳପୋଛ କରିଛି ଭାରତ । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉପ ଅଧିନାୟକ ଲୋକେଶ ରାହୁଲ ଓ ଅକ୍ଷର ପଟେଲ ଆହତ ଯୋଗୁଁ ଦଳରୁ ବାହାରେ ବସିବାକୁ ପଡିଛି । ତାଙ୍କ ସ୍ଥାନରେ ରୁତୁରାଜ ଗାଏକୱାଡ ଓ ଦୀପକ ହୁଦାଙ୍କୁ ସାମିଲ କରାଯାଇଛି । ଚଳିତ ମାସ ୧୬ ତାରିଖରୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏହି ସମସ୍ତ ଟି-୨୦ ମ୍ୟାଚ୍‌ କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ୍‌, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ (ୱିକେଟ ରକ୍ଷକ), ଭେଙ୍କଟେଶ ଆୟର, ସାର୍ଦ୍ଦୁଳ ଠାକୁର, ରବି ବିଷ୍ଣୋଇ, ଦୀପକ ଚାହର, ୟୁଜବେନ୍ଦ୍ର ଚାହଲ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆଭେଶ ଖାନ, ହର୍ଷଲ ପଟେଲ୍‌, ଋତୁରାଜ ଗାଏକୱାଡ ଓ ଦୀପକ ହୁଦା ।