ଭାଙ୍ଗିବ ସୁପରଟେକ୍‌ ଟ୍ୱିନ ଟାୱାର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ନୋଏଡାରେ ସୁପରଟେକ୍‌ ଏମରଲଡ କୋର୍ଟ ପ୍ରକଳ୍ପରେ ନିର୍ମାଣ କରିଥିବା ଟ୍ୱିନ ଟାୱାର ଭଙ୍ଗାଯିବ । ଏହି ଭଙ୍ଗାଯିବା କାମ ଆମେରିକାର ଏଡିଫିସ୍‌ କମ୍ପାନୀ ସହ ସୁପରଟେକର ସହ ସ୍ୱାକ୍ଷରିତ ହୋଇଛି । ଏହି କମ୍ପାନୀ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଥିବା ୧୦୮ ମିଟର ଏକ ଉଚ୍ଚ ଉଚ୍ଚ ଅଟ୍ଟାଳିକାକୁ ଭୂଷାଢି ସାରିଛି । ଜୋହନ୍ସବର୍ଗରେ ଏଡିଫିସ ଯେଉଁ ବିଲ୍ଟିଂ ଭାଙ୍ଗିଥିଲା ତା ପାଖ ବିଲ୍ଡିଂରୁ ଏହାର ଦୂରତା ୮ ମିଟର ଥିଲା । ନୋଏଡା ପ୍ରକଳ୍ପ ମଧ୍ୟ ଏହିପରି ମଧ୍ୟ ଜଟିଳ କାମ । ଯାହାକୁ ଏଡିଫିସ ସୁରକ୍ଷିତ ସମ୍ପନ୍ନ କରିଦେବ ବୋଲି କହିଛି ।

ନୋଏଡାରେ ସୁପରଟେକ୍‌ ଏମରଲ୍ଡ ପ୍ରକଳ୍ପରେ ନିର୍ମାଣ କରିଥିବା ଟ୍ୱିନ୍‌? ଟାୱାରର ଉଚ୍ଚତା ୧୦୦ ମିଟର ହୋଇଥିବା ବେଳେ ପାଖ ବିଲ୍ଡିଂ ଠାରୁ ମାତ୍ର ୯ ମିଟର ଦୂରତାରେ ରହିଛି । ଏବି ବିଲ୍ଡିଂ ଭାଙ୍ଗିବା ଲାଗି ଏଡିଫିସ୍‌ ଏବେ ଏନଓସି ସଂଗ୍ରହ କରିବା ଆରମ୍ଭ କରିଦେଇଛି । ଏଥିରେ ନୋଏଡା ପ୍ରାଧିକରଣ ଏବେ ଏଡିଫିସକୁ ସହଯୋଗ କରୁଛନ୍ତି । ଏନଓସି ମିଳିବାକୁ ପ୍ରାୟ ୩ ମାସ ଲାଗିବ । ପରେ ଟାୱାର ଭାଙ୍ଗିବା କାମ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ଟାୱାର ଭାଙ୍ଗିବା କାମରେ ଏଡିଫିସକୁ ସିବିଆରଆଇ ସହାୟତା କରିବେ ।