ପୁଟିନଙ୍କୁ କ୍ଷମତାଚ୍ୟୁତ ଷଡ଼ଯନ୍ତ୍ର ପଛରେ ଆମେରିକା!

ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କୁ ସମର୍ଥନ କରି ରାଜରାସ୍ତାରେ ମେଳି ପାଇଁ ଜନତାଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଇତିମଧ୍ୟରେ ରୁଷିଆର ଅର୍ଦ୍ଧସାମରିକ ବାହିନୀ ଭାବେ ଜଣାଶୁଣା ୱାଗନେର ରୁଷିଆର ଦୁଇଟି ପ୍ରମୁଖ ସହର ଟୁମେନ ଓ ନୋଭୋସିବିସ୍କରେ ଆଡ୍ଡା ଜମାଇଛନ୍ତି । ସୋମବାର ରାତିରେ ୱାଗନେର ମସ୍କୋ ଆଡକୁ ଗତି କରିବାର ଅଛି ।

ୱାଗନେର ମୁଖ୍ୟ ପ୍ରିଗୋଜିନ ଏବେ କୋଉଠି ତାହା ଜାଣିପାରିନି କ୍ରେମଲିନ । କ୍ଷମତା ହରାଇବା ଆଶଙ୍କାରେ ପୁଟିନ ଏବେ ଜନତାଙ୍କ ରାୟକୁ ଅପେକ୍ଷା କରିଛନ୍ତି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନାପସନ୍ଦ କରିଛନ୍ତି ଅଧିକାଂଶ ଜନତା । ପୁଟିନଙ୍କ ମନମୁଖୀ ଶାସନରେ ଅତିଷ୍ଠ ରୁଷ ଜନତା ୱାଗନେର ମୁଖ୍ୟଙ୍କୁ ଆଦରି ନେବା ଅସମ୍ଭବ ନୁହେଁ ।

ଇତିମଧ୍ୟରେ ୱାଗନେରରେ ଅଧିକରୁ ଅଧିକ ଯୁବକଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କାନ୍ଥବାଡ଼ରେ ପୋଷ୍ଟର ଲଗାଯାଇ ରୁଷିଆର ଯୁବଗୋଷ୍ଠୀକୁ ଆହ୍ୱାନ କରାଯାଇଛି । ରୁଷିଆରେ ବିଦ୍ରୋହର ସୂତ୍ରପାତ ପଛରେ ଆନ୍ତର୍ଜାତିକ ଷଡ଼ଯନ୍ତ୍ରକୁ ଉପେକ୍ଷା କରାଯାଇ ନପାରେ । ପୁଟିନଙ୍କ ଘନିଷ୍ଠ ସହକର୍ମୀ ପ୍ରିଗୋଜିନଙ୍କୁ ରୁଷିଆର ମୁଖ୍ୟ ଭାବେ ଅବସ୍ଥାପିତ କରିବାର ଲୋଭ ଦେଖାଇ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଗୋଟି ଚଳାଇଥିବା ଆଶଙ୍କା କରାଯାଉଛି ।