ବାବାରେ ଆଲୁଅ: ବିଲାତି କିଲୋ ୧୦୦ ଟଙ୍କା!

ଦେଶର ଅଧିକାଂଶ ସହରରେ ବିଲାତି କିଲୋ ୧୦୦ ଟଙ୍କା ଟପିଗଲାଣି । ହୋଲସେଲ ବଜାରରେ ବିଲାତି କିଲୋ ୬୫-୭୦ ଟଙ୍କା । ମେ’ ମାସରେ ବିଲାତି କିଲୋ ୫ ଟଙ୍କା ଥିଲାବେଳେ ଜୁନ ମାସରେ ୧୦୦ ଟଙ୍କା । ସୂଚନା ମୁତାବକ ମହାରାଷ୍ଟ୍ର, ୟୁପି ସମେତ ବହୁ ରାଜ୍ୟରେ ବିଲାତି କିଲୋ ୫ ଟଙ୍କାରେ ମିଳୁଥିଲା । ଏବେ ତା’ର ମୂଲ୍ୟରେ ୧୯୦୦% ଅଧିକ । ଦିଲ୍ଲୀ ବଜାରରେ ବିଲାତି କିଲୋ ପିଛା ୭୦ରୁ ୧୦୦ ଟଙ୍କା ।

ମଧ୍ୟପ୍ରଦେଶ ବଜାରରେ ବିଲାତି କିଲୋ ୮୦ରୁ ୧୦୦ ଟଙ୍କା । ୟୁପି ବଜାରରେ ବିଲାତି କିଲୋ ୮୦ରୁ ୧୦୦ ଟଙ୍କା । ରାଜସ୍ଥାନରେ ବିଲାତି କିଲୋ ପିଛା ୯୦ରୁ ୧୦୦ ଟଙ୍କା । ପଞ୍ଜାବରେ ବିଲାତି କିଲୋ ପିଛା ୬୦ରୁ ୮୦ ଟଙ୍କା । ବିଲାତି ବିକାଳିଙ୍କ ମତରେ ଚଳିତ ବର୍ଷ ହରିଆଣା ଓ ୟୁପିରେ କମ୍‌ ପରିମାଣର ବିଲାତି ଅମଳ ହୋଇଛି । ବଜାର ଚାହିଦା ପୂରଣ ପାଇଁ ଅନ୍ୟ ରାଜ୍ୟରୁ କିଣିବାକୁ ପଡୁଛି ।

ମହାରାଷ୍ଟ୍ର ଚାଷୀଙ୍କ ମତରେ ମେ’ ମାସରେ ବିଲାତି ଅମଳ ଭଲ ହୋଇଥିଲେ ମଧ୍ୟ ଭଲ ପଇସା ମିଳିଲାନି । କିଲୋକୁ ୨ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଥିଲୁ । ଭଲ ପଇସା ନମିଳିବାରୁ ବିଲାତି ବିଲରେ କୀଟନାଶକ ଓ ସାର ପ୍ରୟୋଗ କଲୁନି । ଫଳରେ ବିଲାତି ଗଛରେ ପୋକ ଲାଗିଗଲେ । ଅମଳ କମିଯିବାରୁ ଏବେ ବିଲାତି ଦର ଆକାଶଛୁଆଁ ହୋଇଛି । କମ୍‌ ଅମଳ ସାଙ୍ଗକୁ ପରିବହନ ଖର୍ଚ୍ଚ ବୃଦ୍ଧି କାରଣରୁ ବିଲାତି ଦର ବୃଦ୍ଧି ପାଇଛି ବୋଲି ବଜାର ସମୀକ୍ଷକମାନେ କହନ୍ତି ।