ନିୟମିତ ଆସ୍ପିରିନ୍‌ ବଟିକା ସେବନ, ଜଟିଳ ରୋଗକୁ ଆମନ୍ତ୍ରଣ

ରକ୍ତ ଜମାଟ ବାନ୍ଧିବା ଭଳି ସ୍ଥିତିରୁ ମୁକ୍ତି ପାଇବା ପାଇଁ ବ୍ୟବହୃତ ବଟିକା ଆସ୍ପିରିନ୍‌ ନିୟମିତ ସେବନ କରିବା ମଧ୍ୟ ଶରୀର ପାଇଁ କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରଦାନ କରିଛନ୍ତି । ହଠାତ୍‌ ରକ୍ତ ଜମାଟ ବାନ୍ଧିବା କାରଣରୁ ହୃଦଘାତ ବା ଷ୍ଟ୍ରୋକ୍‌ ମାରିବାର ଆଶଙ୍କା ଥାଏ; ସେଥିରୁ ମୁକ୍ତି ପାଇବା ପାଇଁ ୬୦ ବର୍ଷ ବା ତା’ଠାରୁ ଅଧିକ ବୟସର ପୁରୁଷ ଓ ମହିଳାମାନେ ନିୟମିତ ଆସ୍ପିରିନ୍‌ ବଟିକା ସେବନ କରିଥାନ୍ତି।

ମାତ୍ର ନିକଟରେ ପ୍ରକାଶିତ ସର୍ବେକ୍ଷଣ ରିପୋର୍ଟରେ ଆସ୍ପିରିନକୁ ନିୟମିତ ସେବନ କରିବା ଅନୁଚିତ ବୋଲି ଦର୍ଶାଇଛି। ନିୟମିତ ଭାବେ ଆସ୍ପିରିନ୍‌ ସେବନ କଲେ, ମାନସିକ ଦୁଶ୍ଚିନ୍ତା, ବାର୍ଦ୍ଧକ୍ୟଜନିତ ରୋଗ, ସ୍ମରଣଶକ୍ତି ହାନି, ରକ୍ତହୀନତା ଭଳି ମାରାତ୍ମକ ରୋଗ ସୃଷ୍ଟି ପାଇଁ ଦାୟୀ ବୋଲି ଗବେଷକମାନେ କହିଛନ୍ତି।

ରକ୍ତରେ ଅମ୍ଳଜାନ ପରିମାଣକୁ ହ୍ରାସ କରିଦିଏ ଆସ୍ପିରିନ୍‌ । ମୋଟ ଉପରେ କହିଲେ, ଅଧିକ ବୟସର ଲୋକମାନେ ନିୟମିତ ଆସ୍ପିରିନ୍‌ ସେବନ ନକରି ଡାକ୍ତରଙ୍କ ପରାମର୍ଶ ମୁତାବକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଉଚିତ