ଗଣତନ୍ତ୍ର ଭର୍ଚ୍ଚୁଆଲ ସମ୍ମିଳନୀରେ ଚୀନକୁ ଡାକିଲାନି ଆମେରିକା

ନୂଆଦିଲ୍ଲୀ : ଗଣତନ୍ତ୍ର ଉପରେ ଭର୍ଚ୍ଚୁଆଲ୍‌ ସମ୍ମିଳନୀ ଡିସେମ୍ବର ୯ ଓ ୧୦ରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଯୋଗଦେବାକୁ ୧୧୦ଟି ରାଷ୍ଟ୍ରକୁ ଆମେରିକାର ନିମନ୍ତ୍ରଣ କରିଛି । କିନ୍ତୁ ଚୀନକୁ ଆମନ୍ତ୍ରଣ ଡାକିଲାନି ଆମେରିକା । ନାଟୋ ସଦସ୍ୟ ତୁର୍କୀକୁ ମଧ୍ୟ ଆମନ୍ତ୍ରଣ କରିନି ଆମେରିକା । ଗଣତନ୍ତ୍ର ଉପରେ ଭର୍ଚ୍ଚୁଆଲ୍‌ ସମ୍ମିଳନୀରେ ଯୋଗ ଦେବାକୁ ଥିବା ନିମନ୍ତ୍ରଣ ତାଲିକାରେ ଇରାକ୍‌, ଭାରତ ଓ ପାକିସ୍ତାନ ଆଦି ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରାଯାଇଛି ।

ଆମେରିକାର ଏହି ଶିଖର ସମ୍ମଳନୀକୁ ଚୀନ ଓ ତୁର୍କୀକୁ ନିମନ୍ତ୍ରଣ ଦିଆଯାଇ ନାହିଁ । କିନ୍ତୁ ତାଇୱାନ୍‌କୁ ଏହି ଆମନ୍ତ୍ରଣ ଦିଆଯାଇଛି । ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରୁ କେବଳ ଇସ୍ରାଏଲ୍‌ ଏବଂ ଇରାକ୍‌ ଭର୍ଚ୍ଚୁଆଲ ସମ୍ମିଳନୀରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ସେହିପରି ଆଫ୍ରିକୀୟ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ନାଇଜର୍‌ । ଇଜିପ୍ଟ , ସାଉଦୀ ଆରବ, ଜୋର୍ଡାନ୍‌ , କତାର୍‌ ଏବଂ ୟୁନାଇଟେଡ୍‌ ଆରବ ଏମିରେଟ୍‌ ଭଳି ଯୁକ୍ତରାଷ୍ଟ୍ର ଆମେରିକାର ପାରମ୍ପରିକ ମିତ୍ର ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ମାନବ ଅଧିକାର ପ୍ରତି ସମ୍ମାନର ପ୍ରସାର ଭଳି ତିନୋଟି ବିଷୟବସ୍ତୁକୁ ଆଧାର କରି ଉକ୍ତ ସମ୍ମିଳନୀ ଡକାଯିବ ବୋଲି ପୂର୍ବରୁ ହ୍ୱାଇଟ୍‌ ହାଉସ୍‌ କହିଥିଲା ।