ଦେଶରେ ୫୦ ଲକ୍ଷରୁ ଅଧିକ ନେଲେଣି ବୁଷ୍ଟର ଡୋଜ

ନୂଆଦିଲ୍ଲୀ: ଦେଶରେ ଏ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ନେଲେଣି କୋଭିଡର ବୁଷ୍ଟର ଡୋଜ । ସ୍ୱାସ୍ଥ୍ୟ କର୍ମୀ, କୋଭିଡ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କ ଏହି ବୁଷ୍ଟର ଡୋଜ ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ବୁଷ୍ଟର ଡୋଜ ନେବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଟିକା ନେବା ଆବଶ୍ୟକ ।

ସୂଚନାଥାଉକି ଦେଶରେ ଜାନୁଆରି ୧୦ରୁ ଫ୍ରଣ୍ଟଲାଇନ କର୍ମଚାରୀ ଓ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ ଦେବା ଆରମ୍ଭ କରାଯାଇଥିଲା । କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ ସଂକ୍ରମଣ ମଧ୍ୟରେ ଏହି ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।