ମାର୍ଚ୍ଚ ୧୮ରେ ଧମାଲ କରିବ ‘ବଚ୍ଚନ ପାଣ୍ଡେ’

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ବଚ୍ଚନ ପାଣ୍ଡେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ନଜର ଆସିବେ ସିଂହାଳୀ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ କ୍ରିତି ସାନନ୍‌ । ଏହି ଫିଲ୍ମର ପୋଷ୍ଟର ନିକଟରେ ରିଲିଜ ହୋଇଯାଇଛି । ଏହାର ତାରିଖ ମଧ୍ୟ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା । ଏହି ଫିଲ୍ମର ପୋଷ୍ଟର ଖିଲାଡି ଷ୍ଟାର ଅକ୍ଷୟ କୁମାର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହି ପୋଷ୍ଟରରେ ଅକ୍ଷୟଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୧୮ରେ ସିନେମା ଘରେ ରିଲିଜ ହେବାକୁ ଯାଉଛି ବୋଲି ଜଣାପଡିଛି ।