ଆଜି ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ

ଜାତିସଂଘ ୨୦୧୨ ଅକ୍ଟୋବର ୧୧ରେ ପ୍ରଥମଥର ‘ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ’ ପାଳନ କରିବାକୁ ଘୋଷଣା କଲେ। ପ୍ଲାନ ଇଣ୍ଟରନ୍ୟାସନାଲ ସଂଘ ତରଫରୁ ଏହି ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ଏକ ଯୋଜନା ଭାବେ ଆରମ୍ଭ ହୋଇଥିଲା। ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ଜାତିସଂଘ ଆସେମ୍ବ୍ଲିରେ କାନାଡ଼ା ଦ୍ୱାରା ପ୍ରଥମେ ଏକ ସଂକଳ୍ପ ଭାବେ ପ୍ରସ୍ତାବିତ ହେଲା। କାନାଡାର ଜଣେ ମନ୍ତ୍ରୀ ରୋନା ଅମ୍ବରୋସ ଶିଶୁ କନ୍ୟାଙ୍କ ଏହି ଦିବସ ପାଳନ କାର୍ଯ୍ୟକାରୀ ହେବା ପାଇଁ ଆଗକୁ ବଢ଼ିଥିଲେ। ଜାତିସଂଘ ଜେନେରାଲ ଆସେମ୍ଲି ୨୦୧୨ରେ ଅକ୍ଟୋବର ୧୧କୁ ଉଦଘାଟନୀ ଦିବସ ଭାବେ ପାଳନ କଲା। ସମଗ୍ର ବିଶ୍ୱରେ ଝିଅମାନେ ସମ୍ମୁଖୀନ ହେଉଥିବା ଲିଂଗଗତ ଅସମାନତା, ଆଇନ ଅଧିକାର, ସ୍ୱାସ୍ଥ୍ୟସେବା, ହିଂସା, ଭେଦଭାବ ଏବଂ ଅପରିପକ୍ୱ ବୟସରେ ବିବାହ ଭଳି ଅସମାନତା ବିରୋଧରେ ‘ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ’ ସଚେତନତା ଦିବସ ଭାବେ ପାଳନ କରାଯାଉଛି।