160×600
160×600

ଅନ୍ଧବିଶ୍ୱାସ: ଗୁପ୍ତଧନ ଲୋଭରେ ମହିଳାଙ୍କୁ ବଳି

ଅଭିଯୁକ୍ତ ଡାକ୍ତର, ତାଙ୍କ ପତ୍ନୀ ଓ ତାନ୍ତ୍ରିକ ଗିରଫ

ଗରିବଙ୍କ କଥା ଛାଡ଼ । ଶିକ୍ଷିତଙ୍କ ମନରୁ ହଟିନି ଅନ୍ଧବିଶ୍ୱାସ । ମଣିଷ ଯେତିକି ଶିକ୍ଷିତ…..

ତିରୁବନନ୍ତପୁରମ: ଗରିବଙ୍କ କଥା ଛାଡ଼ । ଶିକ୍ଷିତଙ୍କ ମନରୁ ହଟିନି ଅନ୍ଧବିଶ୍ୱାସ । ମଣିଷ ଯେତିକି ଶିକ୍ଷିତ ହେଉଛି; ତା’ ମନ ଭିତରେ ଅନ୍ଧବିଶ୍ୱାସ ପ୍ରତି ଦୁର୍ବଳତା ସେତିକି ଦୃଢ଼ ହେଉଛି । ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କେରଳରେ । କେରଳରେ ଶିକ୍ଷିତ ପୁରୁଷଙ୍କ ତୁଳନାରେ ଶିକ୍ଷିତ ମହିଳାଙ୍କ ହାର ଢେର ଅଧିକ । ମାତ୍ର ଆର୍ଥିକ ସଂକଟରୁ ମୁକ୍ତି ପାଇବା ପାଇଁ ହଳେ ଡାକ୍ତର ଦମ୍ପତି ଦୁଇଜଣ ମହିଳାଙ୍କୁ ବଳି ଦେଇ ଘର ଭିତରେ ପୋତି ଦେଇଛନ୍ତି । ଏକବିଂଶ ଶତାବ୍ଦୀରେ ଏହାଠାରୁ ବଳି ବଡ଼ ଅବଶୋଷ ଆଉ କ’ଣ ହୋଇପାରେ?

ସୂଚନା ମୁତାବକ କେରଳର ତ୍ରିରୁବଲ୍ଲାରେ ଜଣେ ଡାକ୍ତର ଓ ତାଙ୍କ ପତ୍ନୀ ନରବଳି ଦେଇଥିବାର ଜଣାପଡ଼ିଛି । ଦୁଇଜଣ ମହିଳାଙ୍କ ତଂଟି ଚିପି ହତ୍ୟା କରାଯିବା ପରେ ମାଟିରେ ପୋତି ଦିଆଯାଇଥିଲା । ଏପରି କଲେ, ଗୁପ୍ତଧନର ସନ୍ଧାନ ମିଳିବ ବୋଲି ଦୁଇ ଅଭିଯୁକ୍ତଙ୍କ ମନରେ ଦୃଢ଼ ଅନ୍ଧବିଶ୍ୱାସ ଥିଲା । ଡାକ୍ତର ଦମ୍ପତିଙ୍କ ଅପରାଧିକ କାର୍ଯ୍ୟକଳାପରେ ଜଣେ ତାନ୍ତ୍ରିକ ଜଡ଼ିତ ଅଛି । ଘଟଣାଟି ସେପ୍ଟେମ୍ବର ୨୭ ତାରିଖର । ପୁଲିସ ତଦନ୍ତ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ କହିଛି, ଅଭିଯୁକ୍ତ ଡାକ୍ତର ଭାଗବତ ତ୍ରିରୁବଲ୍ଲାରେ ରହନ୍ତି । ଦୀର୍ଘଦିନ ଧରି ସେ ଆର୍ଥିକ ସଂକଟ ଦେଇ ଗତି କରୁଥିଲେ । ଆର୍ôଥକ ଅଭାବ ଦୂର କରିବା ପାଇଁ ତାଙ୍କ ପତ୍ନୀ ଲୀଲା ପେରୁମ୍ବୁଦୁରସ୍ଥିତ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ । ଦୁଇଜଣ ମହିଳାଙ୍କୁ ବଳି ଦେଲେ ଭଗବାନ ଖୁସି ହେବେ ।

ଭଗବାନ ଖୁସି ହେଲେ କମ୍‌ ଦିନ ଭିତରେ ଅର୍ଥାଭାବ ଦୂର ହୋଇଯିବ ବୋଲି ଅଭିଯୁକ୍ତ ତାନ୍ତ୍ରିକ ଜଣକ ଲୀଲାଙ୍କୁ ପରାମର୍ଶ ଦେବା ସହିତ ଦୁଇଜଣ ମହିଳାଙ୍କୁ ଠିକ୍‌ କରିଦେବାର ଦୃଢ଼ ଆଶ୍ୱାସନା ଦେଇଥିଲେ । ଅଭିଯୁକ୍ତ ଲୀଲା ଫେସବୁକ୍‌ ଜରିଆରେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିଲେ । ତାନ୍ତ୍ରିକ ଶିହାବ କଲାଡ଼ି ଓ କଦବନ୍ତରାରୁ ଦୁଇଜଣ ମହିଳାଙ୍କୁ କର୍ମନିଯୁକ୍ତି ଦେବାର ଲୋଭ ଦେଖାଇ ତ୍ରିରୁବଲ୍ଲାକୁ ନେଇଥିଲା । ସେଠାରୁ ଡାକ୍ତର ଦମ୍ପତିଙ୍କୁ ଧରି ଶିହାବ ପଥନାମଥିଟା ଅନ୍ତର୍ଗତ ଏଲଂଥୁର ଯାଇଥିଲା । ଏଲଂଥୁରରେ ତନ୍ତ୍ରପୂଜା କରି ଦୁଇଜଣ ମହିଳାଙ୍କୁ ବଳି ଦେଇଥିଲା । ସେହିଠାରେ ଦୁଇ ମହିଳାଙ୍କୁ ମାଟିରେ ପୋତି ଦିଆଗଲା ।
କଦବନ୍ତରାରୁ ଶିହାବଙ୍କ ସହ ଯାଇଥିବା ମହିଳାଙ୍କ ପରିବାର ଲୋକ ପୁଲିସ ନିକଟରେ ନିଖୋଜ ଅଭିଯୋଗ କରିଥିଲେ । ପୁଲିସ ନିଖୋଜ ମହିଳାଙ୍କ ମୋବାଇଲ ଟ୍ରାକ୍‌ କରି ତ୍ରିରୁବଲ୍ଲା ପହଂଚିଲା । ସେଠାରେ ସିସିଟିଭି ଫୁଟେଜ ଯାଂଚ କରିବାରୁ ନିଖୋଜ ମହିଳା ଜଣକ ଡାକ୍ତରଙ୍କୁ ଭେଟିଥିବା ସ୍ପଷ୍ଟ ହୋଇଥିଲା । ତିନି ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି ।