କ୍ୱାଡ ସମ୍ମିଳନୀରେ ୟୁକ୍ରେନ-ରୁଷ ପ୍ରସଙ୍ଗ ଆଲୋଚନା

କ୍ୱାଡ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ-ୟୁକ୍ରେନ ପ୍ରସଙ୍ଗ…

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ କ୍ୱାଡ ସମ୍ମିଳନୀରେ ବଡବଡ ନେତାଙ୍କର ଆଲୋଚନା ହୋଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବନ୍ଧୁଙ୍କ ଗହଣକୁ ଆସି ବହୁତ ଖୁସି ଅନୁଭବ କରୁଛି । ମୋଦୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଆଥୋନୀ ଅଲବାନିଜଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହି କ୍ୱାଡ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ-ୟୁକ୍ରେନ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନ ଏକ ସଂସ୍କୃତିକୁ ଶେଷ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି । ସେହିପରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଏହା କେବଳ ୟୁରୋପ ପ୍ରସଙ୍ଗ ନୁହେଁ, ବରଂ ଏହା ହେଉଛି ସାରା ବିଶ୍ୱର ପ୍ରସଙ୍ଗ ।