ବିଶ୍ୱ ନେତାଙ୍କୁ ଜାତିସଂଘ ମହାସଚିବଙ୍କ ଚେତାବନୀ

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦର ୭୭ ତମ ବାର୍ଷିକ ବୈଠକରେ ବିଶ୍ୱ ନେତାଙ୍କୁ ଜାତିସଂଘ ମହାସଚିବଙ୍କ ଚେତାବନୀ । ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ବିଶ୍ୱ ନେତାଙ୍କୁ ବିଭିନ୍ନ ସମସ୍ୟା ନେଇ ଚେତାବନୀ ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସଙ୍କଟ, ରୁଷିଆ-ୟୁକ୍ରେନ ବିବାଦ ଏବଂ ଶକ୍ତି ସଙ୍କଟ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମାନବଜାତି ଏବଂ ପୃଥିବୀର ଭବିଷ୍ୟତ ପ୍ରତି ବିପଦ ଥିବା ବଡ଼ ସମସ୍ୟାର ମୁକାବିଲା କରିବାକୁ କୌଣସି ଦେଶ ପ୍ରସ୍ତୁତ ନୁହଁନ୍ତି । ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ବିପଦରେ ଅଛି ଏବଂ ଆମେ ସ୍ଥାଣୁରେ ପରିଣତ ହେଉଛୁ ।

ଏହାର ମୁକାବିଲା ପାଇଁ ସହଯୋଗ ଏବଂ ଆଲୋଚନା ହେଉଛି ଏକମାତ୍ର ଉପାୟ । ଜାତିସଂଘ ସାଧାରଣ ସଭାରେ ଉପସ୍ଥିତ ଥିବା ସମସ୍ତ ଦେଶର ପ୍ରତିନିଧିଙ୍କୁ ଏକାଠି କାମ କରିବାକୁ ଆହ୍ୱାନ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ।