ଆମକୁ ଦୁର୍ଗାପୂଜା ରାଲି ପାଇଁ ଅନୁମତି ଦିଅ: ଠାକରେ

ମୁମ୍ବାଇ: ହାଇକୋର୍ଟ ଗଲା ଶିବସେନା । ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲି ନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବମ୍ବେ ହାକୋର୍ଟରେ ଦ୍ୱାରସ୍ଥ ହୋଇଛି । କେନ୍ଦ୍ରୀୟ ମୁମ୍ବାଇରେ ଥିବା ଶିବାଜୀ ପାର୍କରେ ଦଶହରା ଶୋଭାଯାତ୍ରା ଲାଗି ଅନୁମତି ଦେବାକୁ ଦାବି କରି ଶିବସେନା ହାଇକୋର୍ଟରେ ଅପିଲ କରିଛି । ଏହି ପାର୍କରେ ଶିବସେନା ପ୍ରତିବର୍ଷ ବାର୍ଷିକ ଦଶହରା ଶୋଭାଯାତ୍ରା ପାଳନ କରି ଆସୁଛି । ଶିବସେନା ପକ୍ଷରୁ ସଚିବ ଅନିଲ ଦେଶାଇ ଆବେଦନ କରିଛନ୍ତି । ସେଥିରେ କୁହାଯାଛି ଯେ, ଦଶହରା ଶୋଭାଯାତ୍ରା ଲାଗି ଦଳ ପକ୍ଷରୁ ମୁମ୍ବାଇ ସିଭିକ ବଡିଙ୍କ ନିକଟରେ ଆବେଦନ କରିଛି । କିନ୍ତୁ ପୌର କର୍ତ୍ତୃପକ୍ଷ ଏପପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ ।

ଅନ୍ୟପକ୍ଷରେ ପୂଜା ପାଖେଇ ଆସୁଥିବାରୁ ଦଳ ପକ୍ଷରୁ ମଧ୍ୟରୁ ପ୍ରସ୍ତୁତି ଆଗେଇ ପାରୁନି । ଜଷ୍ଟିସ ଆରଡି ଧନୁକାଙ୍କ ଇଜଲାସରେ ଏହି ଆବେଦନ କରାଯାଇଛି । ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ଅପିଲ କରାଯାଇଥିବା ବେଳେ ଆସନ୍ତା ଗୁରୁବାର ଶୁଣାଣି ଲାଗି ରାଜି ହୋଇଛନ୍ତି କୋର୍ଟ । ୧୯୬୬ରୁ ମୁମ୍ବାଇ ଶିବାଜୀ ପାର୍କରେ ସେନା ପକ୍ଷରୁ ପ୍ରତିବର୍ଷ ଦଶହରା ଶୋଭାଯାତ୍ରା ପାଳନ କରାଯାଇ ଆସୁଛି । ପ୍ରତିବର୍ଷ ପୌର ସଂସ୍ଥା ଏଥିପାଇଁ ଅନୁମତି ଦେଇ ଥାଏ ।