ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷାଣା କଲେ ୟୁକେ କୋର୍ଟ

ନୂଆଦିଲ୍ଲୀ: ପଳାତକ ଘୋଷିତ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟ ଦେବାଳିଆ ଘୋଷଣା କରିଛନ୍ତି। ସେ ବ୍ରିଟେନରେ ଦେବାଳିଆ ଘୋଷିତ ହୋଇଥିବାରୁ ଏବେ ଭାରତୀୟ ବ୍ୟାଙ୍କଗୁଡ଼ିକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ସହଜରେ ଜବତ କରି ନିଜର ଋଣ ଟଙ୍କା ହାସଲ କରିପାରିବେ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବ୍ରିଟିଶ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ଋଣ ଟଙ୍କାକୁ ଆଦାୟ କରିବା ପାଇଁ ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିବାକୁ ଆବେଦନ କରିଥିଲେ। କୋର୍ଟ ଦେବାଳିଆ ଘୋଷଣା କରିଥିବା ବ୍ୟାଙ୍କଗୁଡ଼ି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଏବେ ବେଶ ସହଜରେ ଜବତ କରିପାରିବେ।