ଆଜି ରାଜ୍ୟରୁ ୧୬୨୯ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଓଡ଼ିଶାରେ ଦିନକ ମଧ୍ୟରେ ୧୬୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୩୯ ଏବଂ ସ୍ଥାନୀୟ ସଂକ୍ରମିତ ୬୯୦ ଜଣ ରହିଥିବା ଜଣାଯାଇଛି। ରାଜ୍ୟର ଅନୁଗୁଳ ଜିଲାରୁ ୪୪, ବାଲେଶ୍ୱର ୯୩, ବରଗଡ ୧୧, ଭଦ୍ରକ ୭୬ ଏବଂ ବଲାଙ୍ଗିରରୁ ୫ ଚିହ୍ନଟ ହୋଇଛନ୍ତି।

ଏହି ସମୟ ମଧ୍ୟରେ ବଉଦ ଜିଲାରୁ ୨, କଟକ ୧୬୦, ଦେବଗଡ ୯, ଢେଙ୍କାନାଳ ୩୯, ଗଜପତି ୨, ଗଞ୍ଜାମ ୮ ଓ ଜଗତସିଂହପୁର ଜିଲାରୁ ୬୭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସହିତ ଯାଜପୁର ଜିଲାରୁ ୮୪, ଝାରସୁଗୁଡା ୫, କଳାହାଣ୍ଡି ୫, କନ୍ଧମାଳ ୧୬, କେନ୍ଦ୍ରାପଡା ୪୭ ଏବଂ କେନ୍ଦୁଝରରୁ ୨୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୩୨, କୋରାପୁଟ ୪, ମାଲକାନଗିରି ୫, ମୟୁରଭଞ୍ଜ ୫୩, ନବରଙ୍ଗପୁର ୬, ନୟାଗଡ ୩୮, ନୂଆପଡା ୧୦, ପୁରୀ ୯୬, ରାୟଗଡା ୧୨, ସମ୍ବଲପୁର ୧୪, ସୋନପୁର ୨୨, ସୁନ୍ଦରଗଡ ୨୨ ଏବଂ ଷ୍ଟେଟପୁଲରୁ ୧୧୩ ଚିହ୍ନଟ ହୋଇଥିବା ଜଣାଯାଇଛି।