ସାଉଦି ଆରବରେ ଯୋଗ ଉତ୍ସବ

ନୂଆଦିଲ୍ଲୀ : ସାଉଦି ଆରବରେ ଯୋଗ ଉତ୍ସବ ଆୟୋଜିତ ହୋଇଛି । ଯୋଗ କରିବା ପାଇଁ ୧୦୦୦ରୁ ଅଧିକ ବ୍ୟକ୍ତି କିଙ୍ଗ୍‌ ଅବଦୁଲ୍ଲା ଇକୋନୋମିକ୍‌ ସହରର ଜୁମାନ ପାର୍କକୁ ଆସିଥିଲେ । ସାଉଦି ଆରବର ଯୋଗ କମିଟି ଦ୍ୱାରା ଆୟୋଜନ କରାଯାଇଥିଲା ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ । ଏହି ଉତ୍ସବରେ ସାଉଦି ଆରବର ଲୋକମାନେ ବିଭିନ୍ନ ପ୍ରକାର ଯୋଗ ବିଷୟରେ ଶିକ୍ଷାଲାଭ କରିଥିଲେ ।

ସେହିପରି ସାଉଦି ଆରବ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୋଗ ବିଶେଷଜ୍ଞଙ୍କ ଦ୍ୱାରା ଯୋଗ ଶିଖା ଯାଇଥିଲା । ଯୋଗ କମିଟିର ଅଧ୍ୟକ୍ଷ କହିଛନ୍ତି ଯେ, ଏତେ ସଂଖ୍ୟକ ଲୋକ ସହ ଯୋଗ କରିବା ଓ ସକରାତ୍ମକ ପ୍ରତିକ୍ରିୟା ଦେବା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି, ଏହି ଉତ୍ସବ ସଫଳ ହୋଇଛି । ସାଉଦି ଆରବର ଲୋକମାନେ ଯୋଗକୁ ସ୍ୱାଗତ କରିଛନ୍ତି ତେଣୁ ଆମ ଚିନ୍ତାଧାରାକୁ ଗ୍ରହଣ କରିଥିବାରୁ ଆମେ ଅଧିକ ଖୁସି ।