ସଲମାନଙ୍କୁ ପର୍ସନାଲିଟି ଅଫ ଦି ଇୟର ଆୱାର୍ଡ

ନୂଆଦିଲ୍ଳୀ : ବଲିଉଡ ଦବଙ୍ଗ ଅଭିନେତା ସଲମାନ ଖାନଙ୍କୁ ମିଳିଲା ପର୍ସନାଲିଟି ଅଫ୍‌ ଦି ଇୟର ଆୱାର୍ଡ । ଏନେଇ ସଲମାନ ସୋସିଆଲ ମିଡିଆ ଜରିଆରେ ଏକ ଫଟୋ ପୋଷ୍ଟ କରିଥିଲେ, ଯାହା ସାଉଦି ଆରବର ରାଜଧାନୀ ରିୟାଦରେ ଆୟୋଜିତ ଜୟ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏନେଇ ସଲମାନ ଆୱାର୍ଡ ପୋଗ୍ରାମର ଏକ ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ ତାଙ୍କୁ ପର୍ସନାଲିଟି ଅଫ୍‌ ଦି ଇୟର ଆୱାର୍ଡ ଦିଆଯାଇଥିଲା । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି ମୋ ଭାଇ ବୁ ନାସିର୍‌ ତମ ସହ ଭେଟ ହୋଇ ବହୁତ ଭଲ ଲାଗିଲା । ସଲମାନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ ଯେ ସଲମାନଙ୍କ ଆଗାମୀ ଫିଲ୍ମ ‘କିକ୍‌ -୨’, ‘କଭି ଇଦ୍‌ କଭି ଦିୱାଲୀ’ ଏବଂ ‘ବଜରଙ୍ଗୀ ଭଜନ’ ର ସିକ୍‌ୱେଲ୍‌ ଆସିବାକୁ ଯାଉଛି ।