ସାଧ୍ୱୀପ୍ରଜ୍ଞାଙ୍କୁ କରୋନା

ନୂଆଦିଲ୍ଲୀ : ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ ଜରିଆରେ ସୂଚନା ସୂଚନା ଦେଇଛନ୍ତି । ଟ୍ୱିଟ୍‌ କରି ସେ ଲେଖିଛନ୍ତି ଯେ ମୋର କୋଭିଡ ରିପୋର୍ଟ ପଜିଟିଭ ଆସିବା ସହ ମୁଁ ଡାକ୍ତରଙ୍କ ପରାର୍ମଶ ଅନୁଯାୟୀ ରହିଛି ।

ସେହିପରି ସେ କହିଛନ୍ତି ଯେ, ଯେଉଁମାନେ ନିକଟରେ ମୋ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ଅପିଲ କରିଛନ୍ତି । ସେହିପରି ସେ କହିଛନ୍ତି ଯେ, ମୁଁ ଆପଣମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ । ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେ ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ।