ଟିକଟକ୍ କୁ ଚ୍ୟାଲେଞ୍ଜ ଦେବ ୟୁଟ୍ୟୁବ ସର୍ଟ ଭିଡିଓ ଆପ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦୁନିଆର ସବୁଠୁ ବଡ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ “ସର୍ଟସ୍” ନାଁରେ ନିଜର ଏକ ନୂଆ ଆପକୁ ଲଞ୍ଚ କରିଛି । ଯାହା ଟିକଟକ୍ ସହ ଲଢେଇ କରିବ। ଏହି ଆପ ମାଧ୍ୟମରେ ୟୁଜର୍ସମାନେ ମାନେ ଟିକଟକ ଭଳି ସର୍ଟ ଭିଡିଓ କରିପାରିବେ। ୧୫ ସେକେଣ୍ଡର ଭିଡିଓ କରି ଆପରେ ସେୟାର କରିପାରିବେ ୟୁଜର୍ସ। ଯାହା ବର୍ତମାନ ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି।

୨୦୧୬ ରୁ ଟିକଟକ୍ ଆପ ଚୀନରୁ ଆରମ୍ଭ ହୋଇ ୨୦୧୯ରେ ଭାରତ ବର୍ଷରେ ବହୁ ଶୀଘ୍ର ବେଶ ଲୋକପ୍ରିୟତା ହାସଲ କରିଥିଲା। ଅନେକ ୟୁଜର୍ସ ଡାଉନଲୋଡ଼ କରୁଥିଲେ ଏହି ଆପକୁ । ଆଉ ୧୦୦ କୋଟି ଲୋକ ଏହାକୁ ନିଜ ମୋବାଇଲରେ ଇନଷ୍ଟଲ ବି କରିଥିଲେ। ପ୍ରଥମରୁ ଭାରତରେ ଅନେକ ଲୋକ ଟିକଟକକୁ ବହୁତ ପସନ୍ଦ କରିଥିଲେ। ହେଲେ ଏଭଳି ଏକ ସମୟ ଆସିଲା ଯେ ଶେଷରେ ଟିକଟକକୁ ନେଇ ଅନେକ ସମାଲୋଚନା ସହ ଲୋକ ନିନ୍ଦା ମଧ୍ୟ କରିଥିଲେ । ତଥାପି ଟିକଟକ ଭାରତରେ ବେଶ ଲୋକପ୍ରିୟ ରହିଥିଲା । ଏହା ବ୍ୟାନ ହେବା ପରେ ଅନେକ କମ୍ପାନୀ ନିଜ ସର୍ଟ ଭିଡିଓ ଆପ ଲଞ୍ଚ କରିଥିଲେ । ଏହା ମଧ୍ୟରେ ଏବେ ୟୁଟ୍ୟୁବ ମଧ୍ୟ “ସର୍ଟସ୍”ନାଁରେ ଏକ ସର୍ଟ ଭିଡିଓ ଆପ ଭାରତରେ ଲଞ୍ଚ କରିବାକୁ ଯାଉଛି। ଏଥିରେ ୟୁଜର୍ସମାନେ ଟିକଟକ ଭଳି ଭିଡିଓ କରିପାରିବେ ବୋଲି କୁହା ଯାଉଛି । ଆଉ ଏହା ଟିକଟକ ସହ ଦମଦାର ଫାଇଟ କରିବ ବୋଲି ୟୁଟ୍ୟୁବ ଦାବି କରିଛି।

ୟୁଟୁବ ମାଲିକ ବର୍ତ୍ତମାନ ଏହି ଆପକୁ ଡାଟା ମୁଡ୍ ରେ ଭାରତରେ ଲଞ୍ଚ କରିଛନ୍ତିି । ବର୍ତ୍ତମାନ ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଥିବା ବେଳେ ଆଗାମୀ ସମୟରେ ଏହି ଆପରେ ଅନେକ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ କୁହାଯାଇଛି ।

କାହିଁକି ସର୍ଟ ଭିଡିଓ ଆପ ରେସରେ ଆଗରେ ରହିବ ୟୁଟ୍ୟୁବ-:
ଟିକଟକ ଚାଲିଥିବା ସମୟରେ କିଛି ସର୍ଟ ଭିଡିଓ ଆପ ରହିଥିଲା ହେଲେ ଏଗୁଡିକର ଚାହିଦା ଏତେ ନଥିଲା । ହେଲେ ଟିକଟକ୍ ବ୍ୟାନ ହେବା ପରେ ଏହାର ଅଡିଏନ୍ସଙ୍କୁ ନିଜ ଆଡକୁ ଟାଣିବାକୁ ଅନେକ ସର୍ଟ ଭିଡିଓ ଆପ ଦେଖାଯାଇଥିଲା । ଯେପରିକି -ଏମଏସ୍ ଟକାଟକ, ଇନଷ୍ଟାଗ୍ରାମ ରିଲ୍, ରୋପୋସୋ, ଚିଙ୍ଗାରି ଭଳି ଆପ ଏହି ରେସରେ ସାମିଲ ଅଛନ୍ତି । ବର୍ତ୍ତମାନ ୟୁଟୁବ ମଧ୍ୟ ଏହି ରାସ୍ତାକୁ ଆପଣାଇଛି। କାରଣ ଦୁନିଆର ସବୁଠୁ ବଡ ଭିଡିଓ ପ୍ଲାଟଫର୍ମ ହୋଇଥିବାରୁ ୟୁଟ୍ୟୁବର ମଧ୍ୟ ଅନେକ ଅଡିଏନ୍ସ ରହିଛନ୍ତି । ତେବେ ଏହି ଅଡିଏନ୍ସ ମାନଙ୍କ ମାଧ୍ୟମରେ ୟୁଟ୍ୟୁବ “ସର୍ଟସ ” ଫାଇଦା ଉଠାଇପାରେ ବୋଲି ଦାବି କରାଯାଉଛି ।

ସବୁଠାରୁ ବଡ କଥା ହେଉଛି ଆମେରିକାରେ ମଧ୍ୟ ଟିକଟକ୍ ବ୍ୟାନ ହେବା ପରିସ୍ଥିତିରେ ରହିଛି । ଯଦି ଆମେରିକାରେ ଟିକଟକ ବ୍ୟାନ ହୋଇଯାଏ ତେବେ ଆମେରିକାର ଟିକଟକ ଅଡିଏନ୍ସକୁ ୟୁଟ୍ୟୁବ ସର୍ଟସ ନିଜ ଆଡୁକୁ ଟାଣିବାରେ ସଫଳ ହେବ ବୋଲି ମଧ୍ୟ ଆଶା କରାଯାଉଛି ।

ଅନ୍ୟପକ୍ଷରେ ୟୁଟ୍ୟୁବ ଏଭଳି ଫିଚର ପ୍ରଥମ ଥର ପାଇଁ ଆଣୁନାହିଁ । ପୂର୍ବରୁ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରି ପରି ୟୁଟ୍ୟୁବ ଷ୍ଟୋରି ଆରମ୍ଭ ହୋଇଛି । ଯାହାକୁ ପ୍ରତି ମାସରେ ପ୍ରାୟ ଦୁଇ କୋଟି ଲୋକ ବ୍ୟବହାର କରୁଛନ୍ତି । ସେହିପରି ଫେସବୁକ ମଧ୍ୟ ଟିକଟକ ଭଳି ଏକ ଫିଚର ଆଣୁଛି ଯାହା ବର୍ତ୍ତମାନ ବ୍ରାଜିଲରେ ପରୀକ୍ଷା କରାଯାଉଛି ।