ଧୋନିଙ୍କ ଏହି ୪ ଆଇପିଏଲ୍ ରେକର୍ଡ଼ ଭାଙ୍ଗିବା ଅସମ୍ଭବ!

ଚେନ୍ନାଇ: ମହେନ୍ଦ୍ର ସିଂ ଧୋନି(ମାହି)ଙ୍କର କ୍ରିକେଟ କ୍ୟାରିଅର ଉପରେ ନଜର ପକାଇଲେ ଜଣାପଡ଼େ ଯେ ସେ ବହୁ ରେକର୍ଡ଼ର ଅଧିକାରୀ। ବ୍ୟାଟିଂ ହେଉ କି ଷ୍ଟମ୍ପିଂ ପୁରୁଣା ରେକର୍ଡ଼ ଭାଙ୍ଗି ନୂଆ ସେଟ୍ କରିବାରେ ବେଶ ସିଦ୍ଧହସ୍ତ ମାହି। ଅନ୍ତର୍ଜାତୀୟ କ୍ରିକେଟରେ ବିଶ୍ୱର ପ୍ରଥମ ଅଧିନାୟକ ଭାବେ ସେ ଆଇସିସିର ସମସ୍ତ ତିନିଟି ଟ୍ରଫି ନିଜ ଦଳପାଇଁ ଜିତିଛନ୍ତି। ଫ୍ରାଞ୍ଚାଇଜ୍ କ୍ରିକେଟରେ ମଧ୍ୟ ପଛରେ ପଡ଼ି ନାହାନ୍ତି ଏମଏସ। ଆଇପିଏଲରେ ତାଙ୍କ ନାମରେ ରହିଛି ଏକାଧିକ କୀର୍ତ୍ତିମାନ। ଇତିମଧ୍ୟରେ ୪ଟି ଏଭଳି ରେକର୍ଡ଼ ରହିଛି ଯାହାକୁ ଭାଙ୍ଗିବା ଅନ୍ୟ ଖେଳାଳିଙ୍କ ପାଇଁ କାଠିକର ପାଠ।

Will MS Dhoni Lead CSK In IPL 2020? The Skipper Reveals Himself

୧. ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପୁଣେ ସୁପର ଜ୍ୟାଣ୍ଟ୍ସ ମିଶିକରି ମୋଟ ୧୦୪ଟି ଆଇପିଏଲ ମ୍ୟାଚ୍ ଧୋନିଙ୍କ ଅଧିନାୟକତ୍ୱରେ ଜିତିଛନ୍ତି। ଏହି ଲିଗର ଇତିହାସରେ କୌଣସି ଅଧିନାୟକ ଏହି ସଫଳତା ହାସଲ କରିନାହାନ୍ତି। ଧୋନିଙ୍କ ପଛକୁ ରହିଛନ୍ତି ଗୌତମ ଗମ୍ଭୀର ଓ ରୋହିତ ଶର୍ମା। ଯିଏ କି ନିଜ ଦଳର ନେତୃତ୍ୱ ନେଇ ଯଥାକ୍ରମେ ୭୧ ଏବଂ ୬୦ଟି ଲେଖାଁଏ ମ୍ୟାଚ୍ ଜିତିଛନ୍ତି। ଗମ୍ଭୀର ଏବେ କ୍ରିକେଟ ଖେଳିବା ଛାଡ଼ି ସାରିଥିବା ବେଳେ ଧୋନିଙ୍କ ସମକକ୍ଷ ହେବାକୁ ରୋହିତଙ୍କୁ ଆହୁରି ୮ ରୁ ୯ ବର୍ଷ ଲାଗିଯିବ। ତେଣୁ ଏହି ରେକର୍ଡ଼ କେହି ଭାଙ୍ଗିବା ପରି ଲାଗୁନି।

Pune replaces Captain Cool | Child friendly news

୨. ୧୦୦ଟି ଆଇପିଏଲ୍ ମ୍ୟାଚରେ ଧୋନି ଅତିକମରେ ଗୋଟିଏ ଲେଖାଁଏ ଛକା ମାରିଛନ୍ତି। ସିଏସକେ ହେଉଛି ଏକମାତ୍ର ଦଳ ଯାହାର ଗତ ୧୦୦ଟି ମ୍ୟାଚରେ ଅତିକମରେ ଗୋଟିଏ ଲେଖାଁଏ ଛକା ରହିଛି। ଏ କ୍ଷେତ୍ରରେ ମଧ୍ୟ ଧୋନିଙ୍କ ପାଖାପାଖି କେହି ନାହାନ୍ତି।

MS Dhoni Records 100th IPL Win As CSK Beat Rajasthan Royals In Last-Over  Thriller | Cricket News

୩. ଆଇପିଏଲରେ ଧୋନି ସର୍ବାଧିକ ୩୮ଟି ଷ୍ଟମ୍ପିଂ କରିଛନ୍ତି। ତାଙ୍କ ପଛକୁ ୩୦ଟି ଷ୍ଟମ୍ପିଂ ସହ ରହିଛନ୍ତି ଦିନେଶ କାର୍ତ୍ତିକ। ତେବେ ଧୋନିଙ୍କ ୱିକେଟ ରକ୍ଷଣ ଦକ୍ଷତା ନିଶ୍ଚିତ ପକ୍ଷେ କାର୍ତ୍ତିକଙ୍କ ଠାରୁ ବହୁ ଆଗରେ। ଏ ଦୃଷ୍ଟିରୁ ଦେଖିଲେ ଆଗକୁ ଧୋନି ଯେ ପର୍ଯ୍ୟନ୍ତ ଆଇପିଏଲ ଖେଳି ଚାଲିଥିବେ, ଏ ସଂଖ୍ୟା ବଢ଼ି ଚାଲିଥିବ। ଏଣୁ ଏହି ରେକର୍ଡ଼ ଭାଙ୍ଗିବା ମଧ୍ୟ ଅନ୍ୟ ୱିକେଟ କିପରଙ୍କ ପାଇଁ ମୁସ୍କିଲ ଅଟେ।

Twitter Reactions: Half fit MS Dhoni wins over fans with two amazing  stumpings

୪. ଧୋନିଙ୍କ ନେତୃତ୍ୱରେ ସିଏସକେ ଦଳ ୧୦ ଥର ଆଇପିଏଲ ଲିଗର ପ୍ଲେ ଅଫରେ ପହଞ୍ଚିଛି। ଯାହାକି ସିଏସକେକୁ ସବୁଠୁ ଆଇପିଏଲର ସବୁଠୁ ସଫଳ ଟିମ୍ ଏବଂ ଧୋନିଙ୍କୁ ସଫଳ ଅଧିନାୟକ ଆଖ୍ୟା ଦେଇଛି। ୨୦୧୬, ୨୦୧୭ ଏହି ଦୁଇ ବର୍ଷ ଦଳ ଆଇପିଏଲ ଖେଳିବାରୁ ବଞ୍ଚିତ ହୋଇଥିଲା। ୨୦୧୦, ୨୦୧୧ ଏବଂ ୨୦୧୮ ରେ ଦଳ ଧୋନିଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇଛି। ୨୦୧୨, ୨୦୧୩, ୨୦୧୫ ଏବଂ ୨୦୧୯ରେ ଦଳ ଫାଇନାଲରେ ହାରିଥିବା ବେଳେ ୨୦୦୮, ୨୦୦୯ ଏବଂ ୨୦୧୪ରେ ପ୍ଲେ ଅଫରେ ପହଞ୍ଚିଥିଲା। ଧୋନିଙ୍କୁ ପଛରେ ପକାଇ ଅନ୍ୟ କୌଣସି ଅଧିନାୟକ ଆଇପିଏଲରେ ଏହି ରେକର୍ଡ଼ ଭାଙ୍ଗିବାର ଦେଖାଯାଉନି।