ଜିମ୍ବାୱେର ଅକାଳ ଦୁର୍ଭିକ୍ଷ ଜାତୀୟ ସଂକଟ ଘୋଷିତ

ହାରାରେ: ଲୋକଙ୍କ ନିକଟରେ ଖାଇବାକୁ ଦାନା ନାହିଁ । ବର୍ଷା ଅଭାବରୁ ଭୟଙ୍କର ଦୁର୍ଭିକ୍ଷ କବଳରେ ପଡ଼ିଛି ସାରା ଜିମ୍ବାୱେ । ରାଷ୍ଟ୍ରପତି ଏମର୍ସନ ମାଙ୍ଗାଗ୍ୱାଙ୍କ ନିକଟରେ ଦୁର୍ଭିକ୍ଷକୁ ଜାତୀୟ ସଂକଟ ଘୋଷଣା କରିବା ଛଡ଼ା ଅନ୍ୟ ଉପାୟ ନଥିଲା । କାଳବୈଶାଖି କାରଣରୁ ଦେଖାରେ ଖାଦ୍ୟ ସଂକଟ ସୃଷ୍ଟି ହୋଇଛି ।

ଗତବର୍ଷ ଦେଶରେ ଭଲ ଫସଲ ହେଲାନି । ଜିମ୍ବାୱେର ପ୍ରାୟ ୮୦ ଭାଗ ଅଂଚଳରେ ସର୍ବନିମ୍ନ ବର୍ଷା ହୋଇନାହିଁ ।

ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ରାଷ୍ଟ୍ରପତି ମାଙ୍ଗାଗ୍ୱା ଆନ୍ତର୍ଜାତିକ ସଂଗଠନ, ମିଳିତ ଜାତିସଂଘ, ମିତ୍ର ରାଷ୍ଟ୍ରଙ୍କ ସହଯୋଗ କାମନା କରିଛନ୍ତି । ଧାର୍ମିକ ଅନୁଷ୍ଠାନ, ଆନ୍ତର୍ଜାତିକ ସ୍ତରରେ କାର୍ଯ୍ୟରତ ଦାତବ୍ୟ ଅନୁଷ୍ଠାନଗୁଡ଼ିକର ସହାୟତା ଲୋଡ଼ିଛନ୍ତି ।

ପ୍ରାଥମିକ ଆକଳନ ଅନୁସାରେ ଜିମ୍ବାୱେକୁ ଏବେ ୨୦୦ କୋଟି ଡଲାର ଆବଶ୍ୟକତା ରହିଛି ।

ଚଳିତ ବର୍ଷ ଭଲ ଫସଲ ଅମଳ ଆଶଙ୍କା କରିଛି ଜିମ୍ବାୱେ । ମାତ୍ର ଅନୁକୂଳ ବର୍ଷା, ବୀଜ, ସାର, କୀଟନାଶକ ଅଭାବରୁ ଭଲ ଫସଲ ଅମଳ ଆଶା ମାଟିରେ ମିଶିଯିବ । ଚଳିତ ବର୍ଷ ଯେତିକି ପରିମାଣର ଫସଲ ଅମଳ କରାଯାଇଛି; ସେତିକିରେ ଦେଶର ଚାହିଦା ମେଂଟାଇବା ସମ୍ଭବ ନୁହେଁ । ବିଦେଶରୁ ଖାଦ୍ୟଶସ୍ୟ ଆମଦାନୀ ଜରୁରୀ ହୋଇପଡ଼ିଛି ।