ରାଜଧାନୀରୁ ୪ ନୂଆ ଓମିକ୍ରନ ପଜିଟିଭ୍ ଚିହ୍ନଟ

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଦେଶ ସହିତ ରାଜଧାନୀ ଦିଲ୍ଲୀରେ ବି ଓମିକ୍ରନ ଭାରିଆଣ୍ଟ ବିପଦ ବଢ଼ିବାରେ ଲାଗିଛି । ଆଜି ଓମିକ୍ରନ ଭାରିଆଣ୍ଟର ୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଭାରିଆଣ୍ଟର ୬ଟି ମାମଲା ଚିହ୍ନଟ ହୋଇସାରିଛି । ମୋଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି ।

ତେବେ ଦିଲ୍ଲୀକୁ ମିଶାଇ ଭାରତର ୮ ରାଜ୍ୟରେ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ସେଥିରେ ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, କେରଳ, ଆନ୍ଧ୍ରପ୍ରାଦେଶ ଓ ଚଣ୍ଡିଗଡ଼ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦, ରାଜସ୍ଥାନରେ ୯, ଦିଲ୍ଲୀରେ ୬, ଗୁଜରାଟରେ ୪, କର୍ଣ୍ଣାଟକରେ ୩, ଚଣ୍ଡିଗଡ଼ରେ ୨, କେରଳ ଓ ଆନ୍ଧ୍ରପ୍ରଦେଶରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀକୁ ମିଶାଇ ଭାରତର ୮ ରାଜ୍ୟରେ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ସେଥିରେ ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, କେରଳ, ଆନ୍ଧ୍ରପ୍ରାଦେଶ ଓ ଚଣ୍ଡିଗଡ଼ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦, ରାଜସ୍ଥାନରେ ୯, ଦିଲ୍ଲୀରେ ୬, ଗୁଜରାଟରେ ୪, କର୍ଣ୍ଣାଟକରେ ୩, ଚଣ୍ଡିଗଡ଼ରେ ୨, କେରଳ ଓ ଆନ୍ଧ୍ରପ୍ରଦେଶରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।