ପୁଣି ୧୧ ମଲେ, ମୋଟ ସଂଖ୍ୟା ୫୮୦ ଛୁଇଁଲା

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଥମିବାର ନାଁ ଧରୁନି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୧୧ ଜଣ। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ଟିପିଛି ଏବଂ ମୋଟ ମୃତକଙ୍କ ସଂଖ୍ୟା ୫୮୦ ଛୁଇଁଛି।

୧୧ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, ବଲାଙ୍ଗୀର, କନ୍ଧମାଳ, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ସେହିଭଳି ଚିହ୍ନଟ ୩୭୪୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୧୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୫୩୮ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ ଜଣ, କଟକରୁ ୩୯୨ ଜଣ, ପୁରୀରୁ ୩୮୭ ଜଣ, ବଲାଙ୍ଗୀରରୁ ୧୬୩ ଜଣ, ସୁନ୍ଦରଗଡ଼ରୁ ୧୫୭ ଜଣ, ଯାଜପୁରୁ ୧୪୦ ଜଣ, ସୋନପୁରରୁ ୧୨୪ ଜଣ, ନବରଙ୍ଗପୁରରୁ ୧୨୧ ଜଣ, କେନ୍ଦ୍ରାପଡ଼ାରୁ ୧୧୬ ଜଣ, ନୂଆପଡ଼ାରୁ ୧୦୭ ଜଣ, ବାଲେଶ୍ବରରୁ ୧୦୩ ଜଣ, କୋରାପୁଟରୁ ୯୭ ଜଣ, ଜଗତସିଂହପୁରରୁ୯୪ ଜଣ, ବରଗଡ଼ରୁ ୯୨ ଜଣ,କନ୍ଧମାଳରୁ ୮୫ ଜଣ,ରାୟଗଡ଼ରୁ ୮୨ ଜଣ, ସମ୍ବଲପୁରରୁ ୭୯ ଜଣ, ଗଞ୍ଜାମରୁ ୭୧ ଜଣ, ଝାରସୁଗୁଡାରୁ ୭୦ ଜଣ,ନୟାଗଡ଼ରୁ ୬୯ ଜଣ, ଢ଼େଙ୍କାନାଳରୁ ୬୫ ଜଣ, କେନ୍ଦୁଝରୁ ୬୩ ଜଣ, ବୌଦ୍ଧରୁ ୫୮ ଜଣ, ଅନୁଗୁଳରୁ ୫୭ ଜଣ, ଭଦ୍ରକରୁ ୪୬ ଜଣ, କଳାହାଣ୍ଡିରୁ ୩୮ ଜଣ, ଗଜପତିରୁ ୩୩ ଜଣ, ଦେବଗଡ଼ରୁ ୨୪ ଜଣ, ମାଲକାନଗିରିରୁ ୨୧ ଜଣ, ମୟୂରଭଞ୍ଜରୁ ୩ ଜଣ, ଷ୍ଟେଟ୍ ପୁଲରୁ ୧୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୩୫ ହଜାର ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୨ ହଜାର ୩୧୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୦୨ ହଜାର ୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୨ ଲକ୍ଷ ୨୬ ହଜାର ୪୩୬ସାମ୍ପୁଲ ଟେଷ୍ଟ୍ ହୋଇଛି।