ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା

ମଙ୍ଗଳବାର ରାଜ୍ୟର ସମସ୍ତ ଜୋନରେ ଥିବା ହବ୍ …

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା। ଏନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଜୋନରେ ଥିବା ହବ୍ ସେଣ୍ଟରକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଇଛି । ଭୁବନେଶ୍ବର ଠାରୁ ୧୦୦କିମି ବାହାରେ ଥିବା ହବ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଛି। ୧୦୦କିମି ପରିସରରେ ଥିବା ହବ୍ କେନ୍ଦ୍ରକୁ ଆସନ୍ତା ସୋମବାର ପ୍ରଶ୍ନପତ୍ର ପଠାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ସମସ୍ତ ହବ୍ କେନ୍ଦ୍ରକୁ ୨୮ଟି ରୁଟରେ ପ୍ରଶ୍ନପତ୍ର ପଠାଇବା ଲାଗି ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିନରେ ଅବିଭକ୍ତ କୋରାପୁଟ ଜିଲା ସମେତ ପଶ୍ଚିମ ଓଡ଼ିଶାର କିଛି ହବକୁ ୮ଟି ରୁଟରେ ୮ଟି ବସରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ପଠାଯାଇଛି। ଆସନ୍ତାକାଲି (ଗୁରୁବାର) ଆଉ ୮ଟି ବସରେ ପ୍ରଶ୍ନପତ୍ର ପଠଯିବ। ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯାଇଛି। ଚଳିତବର୍ଷ ଥିଓରୀ ପରୀକ୍ଷା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମୋଟ୍ ୩ଲକ୍ଷ ୫୮ହଜାର ୪୯୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ପରିଚାଳନା ଲାଗି ୨୦୨ ହବ୍ ଖର୍ଚ୍ଚ ବାବଦରେ ୧ କୋଟି ୫୯ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର ହୋଇଛି।