ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଆଜି ବାଲେଶ୍ୱର ଜିଲ୍ଲାର ସହକାକୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ……

ଆଜି ବାଲେଶ୍ୱର ଜିଲ୍ଲାର ସହକାକୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବାଲେଶ୍ୱରର ପୂର୍ତ୍ତ ଡିଜିଜନ-୨ର ସହକାରୀ ଯନ୍ତ୍ରୀ ଭାବେ ଅଜୟ କାର୍ଯ୍ୟ କରୁଥିଲେ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ କରାଯାଇଛି । ଅଜୟଙ୍କର ବାଲେଶ୍ୱର, ପୁରୀ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।

ଆଜିର ଚଢ଼ାଉରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫମାନେ ସାମିଲ ରହିଥିଲେ । ଶ୍ରୀ ସେନାପତିଙ୍କ ପୁରୀର ହରିଚଣ୍ଡୀ ସାହିର ଆବାସିକ ଘର, ବାଲେଶ୍ୱରର ସରକାରୀ କ୍ୱାର୍ଟର, ବାଲେଶ୍ୱରର ଅଫିସ କାର୍ଯ୍ୟାଳୟ, ଖୋର୍ଦ୍ଧା ବାଲୁଗାଁର ଦୁଇ ମହଲା କୋଠ, ବାଣପୁର ଭଗବତ ସାହିର ପୈତୃକ ଘରେ ଚଢ଼ାଉ କରାଯାଇଥିଲା ।