ତିର୍ତ୍ତୋଲ୍ ଉପନିର୍ବାଚ: ମୁତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ

ତିର୍ତ୍ତୋଲ ଉପନିର୍ବାଚନରେ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି। ଉପନିର୍ବାଚନକୁ ଶାନ୍ତି ଶୃଙ୍ଖଳା, ଅବାଧ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ଡିଜିଙ୍କ ସୂଚନା ଅଭୟ ଦେଇଛନ୍ତି । ସମୁଦାୟ ୩୭୩ ବୁଥ୍ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ , ତିନି କମ୍ପାନୀ ସିଏପି, ୧୫୦ ଅଫିସର ,୮ ଜଣ ଡିଏସପି ଓ ଅତିରକ୍ତ ଏସପି ସ୍ତରୀୟ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥକୁ ତିନି ସ୍ତରରେ ବିଭକ୍ତ କରାଯାଇଛି। ଏହାକୁ ଅଣ ସମ୍ବେଦନଶୀଳ, ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଭାବେ ଭାଗ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥରେ ଫୋର୍ସ ମୁତୟନ କରାଯିବ। ୨୧ ପ୍ଲାଟୁନ୍ ଫୋର୍ସ, ୩ ଫ୍ଲାଟୁନ୍ ସେଣ୍ଟ୍ରାଲ ଫୋର୍ସ, ଏସପି ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ବି ସଜାଗ ରଖାଯାଇଛି।

ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ଆଶଙ୍କାରେ ୧୫ଶହ ଜଣଙ୍କ ନାଁରେ ୧୦୭ଧାରାରେ କେସ ଦିଆଯାଇଛି । ୭୫ ଜଣ ୱେରେଣ୍ଟିଙ୍କୁ ଗିରଫ କରାଯାଇଛି । ସମୀକ୍ଷା ବୈଠକରେ ଡିଜିଙ୍କ ସମେତ ଅତିରିକ୍ତ ଡିଜି , ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆରକେ ଶର୍ମା ଓ ଜିଲ୍ଲା ଆରକ୍ଷି ଅଧ୍ୟକ୍ଷକ ପ୍ରକାଶ ଆର ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୩ ତାରିଖରେ ରାଜ୍ୟରେ ଦୁଇଟି ବିଧାନସଭା ଆସନ ଯଥା ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ହେବ।