ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ….

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଏହି ପର୍ଯ୍ୟାୟର ପ୍ରଥମ ଦିନରେ ବିଭାଗୀୟ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ କରାଯିବ। ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୪ଟି କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗ ପାଇଁ ବଜେଟରେ ପ୍ରସ୍ତାବିତ ଖର୍ଚ୍ଚ ଦାବି ଅନୁଦାନ ଉପରେ ଆଲୋଚନାର କାର୍ଯ୍ୟସୂଚୀ ଥିବାବେଳେ ୩୧ରେ ବ୍ୟୟମଞ୍ଜୁରି ବିଲ୍‌ ଉପସ୍ଥାପନ କରାଯିବ। ଏପ୍ରିଲ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପର୍ଯ୍ୟାୟରେ ୨୦ଟି କାର୍ଯ୍ୟଦିବସ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ୭ଟି କାର୍ଯ୍ୟ ଦିବସ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଦିନ ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଆଧାର କରି ରାଜ୍ୟର ଆଶନଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟାକୁ ନେଇ ହଟ୍ଟଗୋଳରେ ବିତିଥିବା ବେଳେ ଆଗାମୀ କାର୍ଯ୍ୟ ଦିବସରେ ମଧ୍ୟ ଏସବୁ ପ୍ରସଙ୍ଗକୁ ବିରୋଧୀ ଦଳ ଦୋହରାଇବାକୁ ଯୋଜନା କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରି ଶାସକ ଦଳ ପକ୍ଷରୁ ବିରୋଧୀଙ୍କ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।