ବରଯାତ୍ରୀ ନେଇ ଫେରୁଥିବା ବସକୁ ୩.୭୦ ଲକ୍ଷ ଫାଇନ୍

ଝାରଖଣ୍ଡର କୁର୍ଡେଗକୁ ବରଯାତ୍ରୀ ନେଇ ଫେରୁଥିବା ବେଳେ….

ସୁନ୍ଦରଗଡ: ଝାରଖଣ୍ଡର କୁର୍ଡେଗକୁ ବରଯାତ୍ରୀ ନେଇ ଫେରୁଥିବା ବେଳେ ପରିବହନ ବିଭାଗ ପକ୍ଷରୁ ଏକ ଘରୋଇ ବସ୍‌କୁ ଜରିମାନା ହୋଇଛି । ଯାଞ୍ଚ ସମୟରେ ସଠିକ୍‌ କାଗଜପତ୍ର ନଥିବାରୁ କ୍ରୀଷ୍ଣାଜୀ ନାମକ ଏକ ଘରୋଇ ବସ୍‌କୁ ୩ ଲକ୍ଷ ୭୦ ହଜାର ଟଙ୍କାର ଜରିମାନା କରିଛି ପରିବହନ ବିଭାଗ । ସୂଚନା ଅନୁସାରେ ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକଟର ( ଟ୍ରାଫିକ ) ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିଲେ ।

ସେହି ସମୟରେ ରାତି ପ୍ରାୟ ୧୧ଟା ବେଳେ ଦେବଗଡ଼ରୁ ଝାରଖଣ୍ଡ କୁର୍ଡେଗକୁ ବରଯାତ୍ରୀ ନେଇ ଫେରୁଥିଲା କ୍ରୀଷ୍ଣାଜୀ ନାମକ ଯାତ୍ରୀବାହୀ ବସ । ବସ୍‌ ନଂ ଓଡି ୨୮ ଏ ୨୫୨୬ ରହିଥିବା ବେଳେ ବସ୍‌ଟିକୁ ଅଟକାଇ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଇନସୁରାନ୍ସ, ଫିଟନେସ୍‌, ପଲ୍ୟୁସନ ଏବଂ ଟ୍ୟାକ୍ସ ନଥିବା ଜଣାପଡ଼ିଥିଲା । ଯାହାଦ୍ୱାରା ବସ୍‌ଟିକୁ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ କରିବା ସହ ଗାଡ଼ିଟି ଜବତ କରାଯାଇଛି ।