ଗୌତମ ଅଦାନୀଙ୍କୁ ଭେଟିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଅହମ୍ମଦାବାଦରେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କୁ…

ଅହମ୍ମଦାବାଦ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଅହମ୍ମଦାବାଦରେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କୁ ଭେଟିଛନ୍ତି । ଅଦାନୀ କର୍ପୋରେଟ ହାଉସ ପହଞ୍ଚିବା ପରେ ଅଦାନୀ ଗ୍ରୁପର ମୁଖ୍ୟ ଅଧିକାରୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ତାଙ୍କ ପ୍ରତିନିଧୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହା କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଜରାଟ ଗସ୍ତ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଓ ଅଦାନୀ ଗ୍ରୁପର ଚେୟାରମ୍ୟାନ୍‌ ଗୌତମ ଅଦାନୀ ଉଭୟ ଦେଶ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ କରିବା ପାଇଁ ଏହି ସମୟରେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।