୨୦୨୪ ପାଇଁ କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ…

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସର ପୁରୁଖା ନେତାଙ୍କ ସାମ୍ନାରେ କଂଗ୍ରେସର ବିଜୟର ଯୋଜନା ପ୍ରସ୍ତୁତ ହୋଇଛି ।

ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ, ଏକେ ଆଣ୍ଟୋନୀ, ଅମ୍ବିକା ସୋନୀ ଓ ଜୟରାମ ରମେଶ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକ ପରେ କଂଗ୍ରେସର ବଣୁଗୋପାଳ କହିଛନ୍ତି ଯେ ପ୍ରଶାନ୍ତ କିଶୋର କଂଗ୍ରେସ ନେତାଙ୍କ ସମ୍ମୁଖରେ ୨୦୨୪ ନିର୍ବାଚନ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ବିସ୍ତୃତ ଯୋଜନାର ଏକ ରିପୋର୍ଟ ଖୁବଶୀଘ୍ର ସୋନିଆ ଗାନ୍ଧୀଙ୍କୁ ହସ୍ତାନ୍ତର କରାଯିବ ।