ଗୁଳି ବିନିମୟରେ ୩ ମାଓବାଦୀ ମୃତ, ଡିଏସପି ଆହତ

ଭବାନୀପଟଣା: ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିବା କଥା ସାମ୍ନାକୁ ଆସିଛି । ମ.ରାମପୁର ଥାନା ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ଏପରି ମୁହାଁମୁହିଁ ପରସ୍ଥିତି ଦେଖାଦେଇଛି । ଗୁଳି ବିନିମୟରେ ୩ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, କମ୍ବିଂ ବେଳେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । । ଏହି ଗୁଳି ବିନିମୟ ଘଟିବା ଫଳରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଛି । କମ୍ବିଂ ସମୟରେ ଡିଏସପି ମଧ୍ୟ ଗୁଳି ମାଡରେ ଆହତ ହୋଇଥିବା କଥା ସୂଚନା ମିଳିଛି । ଘଟଣାସ୍ଥଳରେ ଆହତ ଡିଏସପିଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ଅଣାଯାଉଛି ।