ବ୍ଲକ ଅଫିସ ଭିତରେ ମହିଳାଙ୍କ ମାରପିଟ

ଭଦ୍ରକ(ଏସ ନ୍ୟୁଜ ): ବ୍ଲକ ଅଫିସ ଭିତରେ ମହିଳାଙ୍କ ମାରପିଟ୍ । ବନ୍ତ ବ୍ଲକ ଅଫିସ୍ ଭିତରେ ପଶି କରିଛନ୍ତି ମହିଳା ମହାସଂଘ ସଦସ୍ୟା ଏଭଳି ମାରପିଟ କରିଛନ୍ତି । ୨୦ରୁ ଅଧିକ ସଦସ୍ୟା ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ପିଟିଛନ୍ତି । ମହାସଂଘ ସଦସ୍ୟାଙ୍କ ମାଡରେ ୨ ଜଣ ବ୍ଲକ କର୍ମଚାରୀ ଓ ୪ ପୋଲିସ ଆହତ ହୋଇଛନ୍ତି ।

ମହାସଂଘର ସଭାନେତ୍ରୀ ଓ ସମ୍ପାଦକଙ୍କୁ ବହିଷ୍କାର ପ୍ରତିବାଦରେ ଏହି ମାରପିଟ ହୋଇଥିଲା । ବହିଷ୍କାର ପ୍ରତିବାଦରେ ମହାସଂଘ ସଦସ୍ୟାମାନେ ଆଜି ବିକ୍ଷୋଭ କରିଥିଲେ । ବିକ୍ଷୋଭ କରୁଥିବା ମହିଳାମାନେ ବ୍ଲକ ଅଫିସରେ ପଶି ମାରପିଟ କରିଥିଲେ । ବିପିଏମ, ଓଏଲଏମ୍ ଏବଂ ୪ ପୋଲିସ କର୍ମଚାରୀଙ୍କୁ ଲହୁଲୁହାଣ କରିଥିଲେ ମହାସଂଘର ସଦସ୍ୟା ।

ଖବର ଅନୁସାରେ,ପ୍ରାତଃମେ ବହିଷ୍କାର ପ୍ରତିବାଦରେ ମହାସଂଘ ସଦସ୍ୟାମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ଧୀରେ ଧୀରେ ତୀବ୍ର ରୂପ ନେବାରୁ ମହାସଂଘର ମହିଳାମାନେ ବ୍ଲକ ଅଫିସ୍‌ ଭିତରେ ପଶି ଭଙ୍ଗାରୁଜା କରିବା ସହିତ ମାରପିଟ କରିଥିଲେ।