ନୂଆ BMC ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଆଜି ତଦାରଖ କରିଛନ୍ତି 5T ସଚିବ

ହୁଦେଶୀୟ କମ୍ପାନୀଙ୍କ ପାଇଁ ବିଏମସି ନିର୍ମାଣ କରୁଛି ଡେଭଲପମେଣ୍ଟ ସେଣ୍ଟର….

ଭୁବନେଶ୍ୱର: ନୂଆ BMC ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଆଜି ତଦାରଖ କରିଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସତ୍ୟନଗରରେ ନୂତନ BMC କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ନେଇ ତଦାରଖ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ପ୍ରକଳ୍ପର ଅଗ୍ରଗତି ଓ ଧାର୍ଯ୍ୟ ସମୟରେ ନିର୍ମାଣ ସମାପ୍ତ କରିବା ନେଇ ନିର୍ଦ୍ଦେଶ ।  ବହୁଦେଶୀୟ କମ୍ପାନୀଙ୍କ ପାଇଁ ବିଏମସି ନିର୍ମାଣ କରୁଛି ଡେଭଲପମେଣ୍ଟ ସେଣ୍ଟର । ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପରେ ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଶିଳ୍ପ ସଚିବ ହେମନ୍ତ ଶର୍ମା, E&IT ସଚିବ ମନୋଜ ମିଶ୍ର ଥିଲେ ଉପସ୍ଥିତ । BSCLର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିଶନର ଭିଜୟ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।