ମୁଣ୍ଡଳୀ ନିକଟରେ ଲକ୍ଷ ୮୭ ହଜାର ୪୧୮ ଘନଫୁଟ ଜଳ ପ୍ରବାହିତ

ପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ରୁ ୨୬ଟି….

କଟକ: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ରୁ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । କେତେକ ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ସେହିଭଳି ମହାନଦୀର ଜଳସ୍ତର ମଧ୍ୟ ବଢୁଛି ।

ତେବେ କଟକ ମୁଣ୍ଡଳୀ ନିକଟରେ ମଧ୍ୟାହ୍ନ ୩ଟା ସୁଦ୍ଧା ୯ ଲକ୍ଷ ୮୭ ହଜାର ୪୧୮ ଘନଫୁଟ ଜଳ ପ୍ରବାହିତ ହେଉଛି। ସେହିଭଳି ମୁଣ୍ଡଳୀ ଉପର ମୁଣ୍ଡର ଜଳସ୍ତର ୯୫.୧୦ ଘନଫୁଟ ଥିବାବେଳେ ତଳ ମୁଣ୍ଡର ଜଳସ୍ତର ୯୨.୭୦ ଘନଫୁଟ ରହିଛି। ଉଲ୍ଲେଖଯୋଗ୍ୟ ଯେ, ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ୮ ଲକ୍ଷ ୫୭ ହଜାର ୯୧୫ ଘନଫୁଟ ଜଳ ପ୍ରବାହିତ ହେଉଥିଲା ।