ଚଳନ୍ତା କାରରେ ନିଆଁ: ଅଳ୍ପକେ ବର୍ତ୍ତିଲେ ୪ଜଣ

କଟକ : କଟକ ଲିଙ୍କରୋଡ ଫ୍ଲାଏ ଓଭରରେ ଚଳନ୍ତା କାରରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଥିବାର ଜଣାପଡିଥିଲା । ସେହିପରି କାରରେ ଥିବା ଡ୍ରାଇଭର ସମେତ ୪ ଜଣ ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଫଳରେ ଏକ ବଡ ଦୁର୍ଘଟଣା ଟଳିଯାଇଛି ।

ସୂଚନା ପାଇ ଦମକଳ ବାହିନୀ ନିଆଁ ଲିଭାଇବା ପରେ କାରଟିକୁ ଜବତ କରିଛି ମଧୁପାଟଣା ପୋଲିସ । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।