ଆଇଏମଏଫର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ୱରେ ଓଡ଼ିଆ ପୁଅ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଏସ୍ ନ୍ଯୁଜ) : ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ସୀମାଞ୍ଚଳ ଦାସ ।ଇଡ଼ିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ ସୀମାଞ୍ଚଳ । ଅର୍ଥମନ୍ତ୍ରାଳୟରେ ମଧ୍ୟ ବିଭିନ୍ନ ଦାୟିତ୍ୱରେ ସୀମାଞ୍ଚଳ ରହିଛନ୍ତି । ୱାଶିଂଟନ ଡିସି ଆଇଏମଏଫ ମୁଖ୍ୟାଳୟରେ ନିଯୁକ୍ତି ପାଇଛନ୍ତି ।

ରବିବାର ବସିଥିବା କେନ୍ଦ୍ର ସରକାରଙ୍କ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଦାଶଙ୍କ ନାମ ଉପରେ ମୋହର ମାରିଛି । ଶ୍ରୀ ଦାଶ ଏହି ପଦବୀରେ ୩ ବର୍ଷ ପାଇଁ କାମ କରିବେ ବୋଲି କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ଅନ୍ତର୍ଜାତୀୟ କ୍ଷେତ୍ରରେ ଓଡ଼ିଆ ପୁଅଙ୍କ ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଟ୍ଵିଟ କରି ସେ ଅନ୍ତର୍ଜାତୀୟଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ପଦବୀରେ ତାଙ୍କ ସଫଳତା କାମନା କରିଛନ୍ତି ।
୧୯୮୮ ବ୍ୟାଚର ଆଇଆରଏସ-ଆଇଟି ଅଧିକାରୀ ଶ୍ରୀ ଦାଶ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ ।