ପୁଣି ଆଉ ଏକ ବିଧାୟକଙ୍କୁ କରୋନା

ଭୁବନେଶ୍ୱର (ଏସ୍ ନ୍ଯୁଜ) : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ଭିତରେ ଆଜି ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କୁ କରେନା ହୋଇଥିବା ସୂଚନା ମିଳିଛି ।

କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଫେସବୁକ୍ ଆକାଉଣ୍ଟରେ ମେସେଜ କରି ସୂଚନା ଦେଇଛନ୍ତି । ଲକ୍ଷଣ ନଥିବାରୁ ଡାକ୍ତରଙ୍କ ପରାମର୍ଶ ପରେ ସେ ହୋମ ଆଇସୋଲେସନରେ ଅଛନ୍ତି । ଗତ କିଛି ଦିନ ତଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବାକୁ ମୁକେଶ ଅନୁରୋଧ କରିଛନ୍ତି ।