ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ପାୟଲ ଘୋଷଙ୍କ ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ଏନେଇ ଅନୁରାଗ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ‘ଏବେ ଆହୁରି ଆକ୍ରମଣ ବାକି ଅଛି । ଏବେ ତା ଆରମ୍ଭ ମାତ୍ର । ମୋତେ ଚୁପ କରାଇବାକୁ ଚେଷ୍ଟା କରି କେତେ ସମୟ ଗଲାଣି । ମୋତେ ଚୁପ କରାଇବା ଚକ୍କର ଜଣେ ମହିଳା ହୋଇ ଅନ୍ୟ ମହିଳାଙ୍କୁ ମଧ୍ୟ ଏଥିରେ ଘୋସାଡୁଛନ୍ତି । ଟିକିଏ ମର୍ଯ୍ୟାଦା ରଖନ୍ତୁ ମ୍ୟାଡ଼ାମ । ଆପଣଙ୍କ ସବୁ ଆରୋପ ଭିତ୍ତିହୀନ ।’

ସୂଚନା ଅନୁଯାୟୀ, ଅଭିନେତ୍ରୀ ପାୟଲ ନିଜେ ସୋସିଆଲ ମିଡ଼ିଆ ଜରିଆରେ ଅନୁରାଗ କଶ୍ୟପଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ପାୟଲ ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଏହାପରେ କଙ୍ଗନା ରଣାବତଙ୍କ ଠାରୁ ମହିଳା ଆୟୋଗ ଯାଏଁ ପାୟଲଙ୍କ ସମର୍ଥନରେ ଅନୁରାଗ କଶ୍ୟପ ବିରୋଧରେ ଛିଡା ହୋଇଛନ୍ତି ।